-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
24-Jun-2024
ବ୍ରହ୍ମପୁର: ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ। ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି ଯାଉଥିବା ବାଟରେ ଅଟକି ଗଲେ ଗଞ୍ଜାମ ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଗଞ୍ଜାମ ଓ ଗଜପତି ସୀମାନ୍ତ ସିଦ୍ଧବା ବଡ଼ପଦା ରାସ୍ତାରେ ଏଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ସିଦ୍ଧାନ୍ତ ମହାପାତ୍ର ଆଜି ସେହିପଟ ଦେଇ ଯାଉଥିବା ସମୟରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଦେଖି ଗାଡ଼ି ଅଟକାଇଥିଲେ। ସ୍ଥାନୀୟ ଲୋକଙ୍କୁ ଏସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟୁତ୍ ଖୁଣ୍ଟ ରାସ୍ତା ଉପରୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ, ମାତ୍ର ପ୍ରଶାସନ ଅବା ବିଦ୍ୟୁତ୍ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ରିପୋର୍ଟ - ରବିକୁମାର ଶର୍ମା (ଦିଗପହଣ୍ଡି)