-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
24-Jun-2024
ସୋନପୁର -( ମନୋରଞ୍ଜନ ତ୍ରିପାଠୀ )
ରାଷ୍ଟ୍ରୀୟ ଗୋ ଵିକାଶ ପ୍ରକଳ୍ପ ଆନୁକୁଲ୍ୟରେ ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ୍ କାର୍ୟ୍ଯକ୍ରମ ଆୟୋଜିତ ହୋଇ ଯାଇଛି ।
ସହର ନିକଟସ୍ଥ କଲାପଥର ଦୁଗ୍ଧ ଉତ୍ପାଦକ ସମଵାୟ ସମିତି ଲିଃ ସୈାଜନ୍ଯରୁ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ଲିଃ ସମ୍ଵଲପୁର ସହଯୋଗରେ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଭାପତି ଗିରିଜା ପ୍ରସାଦ ମହାକୁରଙ୍କ ପୌରହିତ୍ୟରେ ଆୟୋଜନ କରାଯାଇଥିବା ବେଳେ ଶିବିରର ପ୍ରଥମ ଦିନ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ଲିଃ ସମ୍ଵଲପୁରର ଡେ଼ପୁଟି ମେନେଜର ସଂଜୀବ କୁମାର ଶତପଥୀ ଯୋଗ ଦେଇଥିଲେ ।ସେହିପରି ଅଞ୍ଚଳ ଭାରପ୍ରାପ୍ତ ଅଧୀକାରୀ ସୁଵର୍ଣପୁର ସହଦେବ ଶତପଥୀ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରିଥିଲେ।ଶିବିରର
ଦ୍ଵିତୀୟ ଦିନ ଉଲୁଣ୍ଡା ଵ୍ଲକ ଚିକିତ୍ସା ଅଧିକାରୀ।
ସହଦେଵ ଶତପଥୀ ,ତୃତୀୟ ଦିନରେ ସହଦେଵ ଶତପଥୀଙ୍କ ସହିତ ଉଲୁଣ୍ଡା ଵ୍ଲକ ଚିକିତ୍ସା ଅଧିକାରୀ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।ଶିବିରର ଶେଷ ଦିନରେ ସେକ୍ରେଟାରୀ କଲାପଥର ଦୁଗ୍ଧ ଉତ୍ପାଦକ ସମଵାୟ ସମିତି ଲିଃ କଳାପଥରର ଅମୀୟ କୁମାର ପଧାନ ଯୋଗ ଦେଇ ଧନ୍ଯବାଦ ଅର୍ପଣ କରିଥିଲେ।