-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
05-May-2024
(ଡୋଲୋସ୍ଵର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡା ପଞ୍ଚାୟତ ସ୍ଥିତ ଖୋଲିଭିତର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ସୂଚନା ଅନୁସାରେ ଖୋଲିଭିତର ଗ୍ରାମର ଧନେଶ୍ଵର ଚିନ୍ଦାଙ୍କ ଗର୍ଭବତୀ ସ୍ତ୍ରୀ ହେମି ଚିନ୍ଦା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରା ଯାଇଥିଲା ହେଲେ,ଆମ୍ବୁଲାନ୍ସ ଗାଡ଼ି ଗ୍ରାମକୁ ଆସି ପାରିଲାନି।ଫଳରେ ଘରଲୋକେ ଖଟରେ ଗର୍ଭବତୀ ମାଙ୍କୁ ଖଟରେ ଅଧା ବାଟ ପର୍ଯ୍ୟନ୍ତ ବୋହି ଆଣିଲେ।ଏବଂ ସେହି ସ୍ଥାନକୁ ସାହାଯ୍ୟ ସେନା ସଭାପତି ବେଣୁଧର ଜଗତ ପହଞ୍ଚି ତାଙ୍କୁ ସହଯୋଗ କରିବା ସହ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ସରକାର ଯୋଜନା ଉପରେ ଯୋଜନା ଗଢି ଚାଲିଥିବା ବେଳେ,ଭାରତ ସ୍ୱାଧୀନ ହେବାର 77ବର୍ଷ ହେବା ପରେ ମଧ୍ୟ ଉପାନ୍ତ ଅଞ୍ଚଳର ଲୋକମାନେ ମୌଳିକ ସୁବିଧା ସଠିକ୍ ଭାବରେ ପାଇନାହାନ୍ତି।ପ୍ରକୃତରେ ଆପଣ ମାନେ ସଠିକ୍ ଭାବରେ ଜାଣି ପାରୁଥିବେ ଜେ ଓଡ଼ିଶା ସରକାର ଉପାନ୍ତ ବାସୀଙ୍କ ପାଇଁ କିଭଳି ସୁବିଧା କରିଛନ୍ତି।