-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
04-May-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରାମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶନିବାର ଦିନ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯାଞ୍ଚ ପରେ ସମସ୍ତ ୭ ଜଣଙ୍କର ପ୍ରାର୍ଥିପତ୍ର କାଏମ୍ ରହିଛି। ମେ’ ୬ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ନିର୍ଦ୍ଧାରଣ କରାଯାଇଛି।ସୂଚନା ଅନୁସାରେ ବୀରାମହରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ଦିନ ଥିଲା। ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସାତ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶନିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ସିଂ ପ୍ରାର୍ଥିମାନଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କାହାରି ପ୍ରାର୍ଥିପତ୍ର ନାକଚ ହୋଇନଥିବା ବେଳେ ୭ ଜଣ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ଥିବା ସୂଚନା ମିଳିଛି।ତେବେ ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା, କଂଗ୍ରେସର ପ୍ରଦୀପ କୁମାର ସେଠୀ, ବିଜେପି ପ୍ରାର୍ଥୀ ଇଞ୍ଜିନିୟର୍ ରଘୁନାଥ ଜଗଦଲାଙ୍କ ତରଫରୁ ବିଜେପି ଓବିସି ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାକୁଡ଼, ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ, ବିଜେପିର ରାଧାକାନ୍ତ ତାଣ୍ଡି, ଦୟାସାଗର ମହାନନ୍ଦ ସ୍ବାଧୀନ ଓ ପୁରନ୍ ଲୁହା ନେସନାଲ ଅପନି ପାର୍ଟିର ନେତାଙ୍କ ସହିତ ସେମାନଙ୍କର ଆଇନଜୀବୀମାନେ ମଧ୍ୟ ଉପସ୍ଥିତ ଥିଲେ। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହାପରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।