-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2024
ବଲାଙ୍ଗୀର (ପ୍ରେରଣା ଖବର ): ଆଜି ବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଆଗକୁ ଜନେ ଅଜଣା ବୃଦ୍ଧା ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି l
ବୃଦ୍ଧା ଙ୍କ ବୟସ ପାଖାପାଖି ୬୦ ବର୍ଷ ହେବ ବୋଲି ଜଣାପଡିଛି l ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ବଲାଙ୍ଗିର ଭୁବନେଶ୍ବର
ଇଣ୍ଟରସିଟି ଡାଉନ୍ ଲୋଇସିଂହା ଦେଇ ଯାଉଥିବା ବେଳେ ତେଣ୍ଡା ପଦର ରେଲୱେ ବ୍ରିଜ୍ ନିକଟରେ ବୃଦ୍ଧା ଜଣକ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ l ଦୃତ୍ ଗତିରେ ଯାଉଥିବା ଟ୍ରେନ୍
ଧକ୍କାରେ ବୃଦ୍ଧାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଛି l ବୃଦ୍ଧା ଜଣକ କେଉଁ କାରଣରୁ ଆତ୍ମହତ୍ୟା କରୁଛନ୍ତି କିମ୍ବା ତାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ l ଘଟଣାସ୍ଥଳରେ ବଲାଙ୍ଗିର ରେଲୱେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି l