-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2024
(ଜୟ କୁମାର ମହାରଣା)
ବୌଦ୍ଧ ଜିଲ୍ଲାରେ ୧୪ତମ ଜାତୀୟ ମତଦାତା ଦିବସ ୨୦୨୪ ପାଳିତ ହେଇଅଛି । ଏହି ଉପଲକ୍ଷେ ସକାଳ ୮.୦୦ ଘଟିକା ସମୟରେ ବୌଦ୍ଧସହରର ମ୍ୟୁଜିୟମ ଛକ ନିକଟରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ୍ ହଲ ବୌଦ୍ଧ ଠାରେ ପହଂଚି ଥିଲା। ଏଥ୍ରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣ ତଥା ସରାକରୀ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ବାଇଁ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଟାଉନ ହଲ ଠାରେ ପହଂଚିବା ପରେ ମତଦାତା ଦିବସ ପାଳିତ ହୋଇଥିଲା।ଭାରତ ନିର୍ବାଚନ ଆୟୋଗ ଦ୍ଵାରା ପ୍ରଦତ ମତଦାତାଙ୍କ ସଂକଳ୍ପ ପାଠ କରାଯାଇଥିଲା । ଏହି ଅବସରରେ ନୂତନ ଯୁବ ଭୋଟର ମାନଙ୍କୁ ଭୋଟର କାର୍ଡ଼ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ନିର୍ବାଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଶ୍ରେଷ୍ଠ ସହାୟକ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ, ଶ୍ରୀଯୁକ୍ତ ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ କଅଁର ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ମହତ୍ବ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡ଼େପୁଟି କଲେକ୍ଟର ନିର୍ବାଚନ, ଶ୍ରୀ ଶାଶ୍ବତ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।