-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ )- ମନମୁଣ୍ଡl ତେଲ ବ୍ରିଜରେ ଆଜି ସଂଧ୍ୟା ରେ ଏକ ବାଇକ୍ କୁ ପିକଅପ ଭେନ୍ ଧକ୍କା ଦେବାରୁ ତିନି ଜଣ ବାଇକ୍ ଆରୋହୀ ଙ୍କ ମଧ୍ୟରୁ ପଛରେ ବସି ଥିବା ଦୁଇ ଜଣ ଯୁବକ ଛିଟିକି ପଡ଼ି ବ୍ରିଜ ତଳେ ଫିଲ୍ମ ଷ୍ଟାଇଲ ରେ ନଦୀ ପାଣିରେ ପଡିଥିଲେ l ବ୍ରିଜ ଉପରେ ପଡ଼ିଥିବା ବାଇକ୍ ଚାଳକଙ୍କ ଗୋଡ ଭାଙ୍ଗି ଗୁରୁତର ଆହତ ହୋଇ ସୋନପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି l କିନ୍ତୁ ବ୍ରିଜ ରୁ
ନଦୀ ଭିତରେ ପଡ଼ିଥିବା ଦୁଇ ଜଣ ଯୁବକ ବିପଦ ମୁକ୍ତ ଥିବା ଏଵଂ ତାଙ୍କୁ ଡଙ୍ଗା ସହାୟତା ରେ ସୋନପୁର ଦମକଳ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର୍ କରିଥିବା ଜଣାଯାଇଛି l ତେଲ ବ୍ରିଜରେ ଲାଇଟ୍ ର ବ୍ୟବସ୍ତା ନ ଥିବାରୁ ଏଵଂ ପୁରା ଅନ୍ଧାର ରହୁଥିବା କାରଣ ରୁ ପ୍ରାୟ ଦିନ କିଛି ନା କିଛି ଛୋଟ ବଡ
ଦୁର୍ଘଟଣl ହେଉଥିବା ଜଣl ପଡ଼ିଛି l ଏଥିପାଇଁ ଏନ୍ ଏକ ବିଭାଗ ଓ ଜିଲ୍ଲା ପ୍ରଶାସନ ହିଁ ଦlୟୀ l ବାଇକ୍ ଆରୋହୀ ଡୁଇ ଜଣ ମନମୁଣ୍ଡl ନିକଟସ୍ଥ ଦମାମୁଣ୍ଡା ଗାଁ ର ସତ୍ୟ ସଲ୍ମା ଓ ଅଶୋକ ରାଜ ହଂସ ବୋଲି ଜଣl ପଡିଥିବା ବେଳେ ଅନ୍ୟ ଯୁବକ ର ପରିଚୟ ଜଣା ପଡିନି l ଏ ଘଟଣାରେ ଆଜି ବ୍ରିଜ ରେ ପ୍ରବଳ ଲୋକ ଙ୍କ ଭିଡ ଥିବା ଜଣା ପଡିଛି l