-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
ବଲାଙ୍ଗିର (ମନୋରଞ୍ଜନ ତ୍ରିପାଠୀ )
ବଲାଙ୍ଗିର ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲା ସ୍ତରିୟ ଜାତୀୟ କନ୍ୟା ଦିବସ ପାଳିତ ହୋଇ ଯାଇଛି l ବାଳିକା ମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ର ମୁକାବିଲା, ବାଲ୍ୟ ବିବାହ ନିଷେଦ ଉପରେ ସଚେତନତା, ସୁସ୍ଥ ସମାଜ ଗଠନ ରେ କନ୍ୟା ସନ୍ତାନ ର ଆବଶ୍ୟକତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଦିବସ ଅନୁଷ୍ଟିତ ହୋଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧlନ ରେ ଅନୁଷ୍ଟିତ ଏହି ଉଦ୍ଘାଟନୀ ଉତ୍ସବ ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ର ଅଧକ୍ଷl ଶ୍ରୀମତି ସ୍ଵଂୟ ପ୍ରଭା ପଧାନ ଯୋଗ ଭବିଷ୍ୟତ ସ୍ବପ୍ନ ସାକାର କରିବା ପାଇଁ ଛାତ୍ରୀ ମlନଙ୍କୁ ପ୍ରେରଣା ଦେଇଥିଲେ l ଅନ୍ୟ ତମ ଅତିଥି ରୁପେ ସହ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ କେଶବ ମେହେର, ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକ ନାଥ ସୁନା, ଲୋଇସିଂହା ଗୋଷ୍ଠି ଶିକ୍ଷା ଅଧିକାରୀ ରିନା ବେହେରା, ସମଗ୍ର ଶିକ୍ଷା ଶିକ୍ଷା ତତ୍ତ୍ଵ ସଂଯୋଜିକl ଡ଼ା, ମଧୁମିତା ଦାଶ, ମେଡ଼ିକାଲ କଲେଜ ର ସହକାରୀ ପ୍ରଫେସର ଶରତ ଚନ୍ଦ୍ର ବାଗ, ଟାଉନ୍ ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଅତିଥି ଭାବେ ମଞ୍ଚlସିନ ଥିଲେ l
ସମଗ୍ର ଶିକ୍ଷା ବଲାଙ୍ଗିର ଅlନୁକୁଲ୍ୟ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ ସ୍ତର ରୁ ବରିଷ୍ଠ ଓ କନିଷ୍ଠ ବର୍ଗ ର ୬ ଜଣ ଛାତ୍ରୀ ଯୋଗ ଦାନ କରି ଥିଲେ l ଏହି ଅବସର ରେ ଅନୁଷ୍ଟିତ ତର୍କ, ଚିତ୍ରlଙ୍କନ୍, ସ୍ଲୋଗାନ, ଲିଖନ ଆଦି ବିଭିନ୍ନ ପ୍ରତିଯୋଗୀତା ର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ଶିକ୍ଷା ଅଧିକାରି ଏକ ସଚେତନତା ରlଲି କୁ ଉଦ୍ଘାଟନ କରିଥିଲେ l ବିଦ୍ୟାଳୟ ଓ ସମଗ୍ର ଶିକ୍ଷା ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଡ଼ଃ ମଧୁ ମିତା ଦାଶ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ପେଡାଗୋଜି କୋଡ଼ିନେଟର ଧନ୍ୟବାଦ୍ ଅର୍ପଣ କରିଥିଲେ l