-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2024
ଲୋଇସିଂହା, (ପ୍ରେରଣା ଖବର) ଚତୁର୍ଥ ପର୍ଯ୍ୟାୟରେ ଲୋଇସିଂହା ବ୍ଲକର 7ଟି 5T ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଶନିବାର ଲୋକାର୍ପିତ ହୋଇଯାଇଛି l ସ୍କୁଲ ଗୁଡିକ ହେଲା ହୀରାପୁର ରାଧାକୃଷ୍ଣ ହାଇସ୍କୁଲ, କେଉଁଟିପାଲି ଆଦିବାସୀ ହରିଜନ ହାଇସ୍କୁଲ,, କୁଟେନପାଲି, ଝାରମୁଣ୍ଡା, କନ୍ଦାଜୁରୀ, ରତାଖଣ୍ଡି, ରେଙ୍ଗାଲି ଆଦି ସ୍କୁଲ l ହୀରାପୁର ରାଧାକୃଷ୍ଣ 5T ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ ଉର୍ତ୍ସବ ରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେର, ପ୍ରଧାନ ଶିକ୍ଷକ ମାଣିକର ମାଝୀ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧlର୍ଥ ପାଢ଼ୀ, ସ୍କୁଲ କନିଷ୍ଠ ଯନ୍ତ୍ରୀ ଶ୍ରୀ ଯୁଧିଷ୍ଠିର ଦେହୁରୀ, ଲୋଇସିଂହା ବ୍ଲକ ବିଜେଡି ଯୁବ ସମ୍ପାଦକ ରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ବିଡ଼ିଓ ଶ୍ରୀ ଯୁଧିଷ୍ଠିର ମେହେର ସ୍କୁଲ ର କ୍ଲାସରୁମ ଗୁଡିକୁ ତଦାରଖ କରିଥିଲେ l ଲୋକାର୍ପଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଏହାପରେ ଛାତ୍ରଛାତ୍ରୀ ମାନେ ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ l କୃତି ଛାତ୍ରଛତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l ଶିକ୍ଷକ ଖଗେଶ୍ୱର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l