-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||     

HOME   ଜିଲ୍ଲା

୧୦୦ ବର୍ଷ ପୁରୁଣା ରଘୁନାଥ ମନ୍ଦିରରେ ବନ୍ଦ ହୋଇଗଲା ପହିଲି ଭ‌ୋଗ ନୀତି

18-Dec-2020



(ପ୍ରେରଣା ଖବର) ଭଞ୍ଜନଗର: ଭଞ୍ଜନଗର ସହରର ପରିଚୟ ବୋଲାଉଥିବା ଶତାଧିକ ବର୍ଷ ପୁରୁଣା ରଘୁନାଥ ମନ୍ଦିର ବର୍ତ୍ତମାନ ବ୍ୟାପକ ସମସ୍ୟା ଦେଇ ଗତି କରୁଛି। ଦୀର୍ଘ ଦିନ ଧରି ଟ୍ରଷ୍ଟି ପଦ ଖାଲି ପଡ଼ିଥିବା ବ‌େଳେ ମନ୍ଦିର ସୁପରିଚାଳନା ନେଇ ଆନ୍ତରିକତା ଅଭାବ ହେତୁ ଶୋଚନୀୟ ପରିସ୍ଥିତି ଉପୁଜିଛି। ଦିନେ ଯାନିଯାତ୍ରା ଓ ପୂଜାପାର୍ବଣ ପାଇଁ ଖଣ୍ଡମଣ୍ଡଳରେ ନିଜର ସ୍ବତନ୍ତ୍ରତା ବଜାୟ ରଖିଥିବା ଏହି ମନ୍ଦିରରେ କାମଚଳା ନୀତିରେ ସମସ୍ତ ବିଧିବିଧାନ ହେଉଥିବା ଶ୍ରଦ୍ଧାଳୁ ଅଭିଯୋଗ ଆଣିଥିଲେ। ଆଉ ସ୍ଥିତି ଏମିତି ହୋଇଛି ଯେ, ପରିଚାଳନାଗତ ତ୍ରୁଟି ଯୋଗଁ ଚଳିତବର୍ଷ ଧନୁ ସଂକ୍ରାନ୍ତିରୁ ଆରମ୍ଭ ପହିଲି ଭୋଗ ନୀତି ମଧ୍ୟ ବନ୍ଦ ହୋଇଯାଇଛି। ପ୍ରଥମ ଥର ପରମ୍ପରାରେ ବ୍ୟାଘାତ ଯୋଗୁଁ ଶ୍ରଦ୍ଧାଳୁଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେବଳ ଖିରୀ ପୂଜା କରି ନୀତି ସଂପନ୍ନ କରାଯାଉଥିବା ମନ୍ଦିର ପୁରୋହିତ ପ୍ରକାଶ କରିଛନ୍ତି। ବର୍ତ୍ତମାନ କ‌ରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଠିକ୍ ଭାବେ ପରିଚାଳନା ମନ୍ଦିରର ପରିଚାଳନା ହୋଇପାରୁ ନଥିବାରୁ ଏହି ମନ୍ଦିର ନିଜର ପୂର୍ବ ଗୌରବ ଫେରାଇବାକୁ ବସିଛି। ଭଞ୍ଜନଗର ସହରର ପ୍ରବେଶପଥରେ ସୁନ୍ଦର ଭବ୍ୟ ପରିବେଶ ମଧ୍ୟରେ ରଘୁନାଥ ସ୍ବାମୀଙ୍କ ମନ୍ଦିର ରହିଛି। ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି ମନ୍ଦିର ପରିଚାଳିତ ହେଉଛି। ହେଲେ ଦୁଃଖର କଥା ହେଲା, ଏହି ମନ୍ଦିରର ବିକାଶ ପାଇଁ ସରକାରୀ ଓ ପ୍ରାଶାସନିକସ୍ତରରେ ଗୁରୁତ୍ବ ଦିଆଯାଉନି। ଆସନ୍ତାବର୍ଷ ଏହି ମନ୍ଦିର ନିର୍ମାଣକୁ ୧୦୦ ବର୍ଷ ପୂର୍ତ୍ତି ହେବ। କିନ୍ତୁ ଯେଉଁ ଭକ୍ତି ଭାବ ନେଇ ଏହି ମନ୍ଦିର ଗଢ଼ି ଉଠିଥିଲା, ୧୦୦ ବର୍ଷ ପ‌ରେ ଉକ୍ତ ମନ୍ଦିରର ସ୍ଥିତି ଏତେ ଶୋଚନୀୟ ହେବ, ଏହା କେହିବି ସ୍ବପ୍ନ ସୁଦ୍ଧା ଭାବି ନଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ରଘୁନାଥ ମନ୍ଦିରର କାର୍ଯ୍ୟ ୧୯୦୬ ମସିହାରେ ଆରମ୍ଭ ହୋଇ ୧୯୨୦ ମସିହାରେ ଶେଷ ହୋଇଥିଲା। ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଚାନ୍ଦା ସଂଗ୍ରହ କରି ମନ୍ଦିର ନିର୍ମାଣ କରାଯାଇଥିଲା। ୧୯୨୧ରେ ଏଠାରେ ପ୍ରଥମେ ରଘୁନାଥ, ରାମେଶ୍ବର ଏବଂ ହନୁମାନ ମନ୍ଦିର ଏକା ସଙ୍ଗରେ ପ୍ରତିଷ୍ଠା ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ଏହାର ପରିଚାଳନା ଦାୟିତ୍ବରେ ରହିଥିଲେ। ବୈଦ୍ୟ ବାଚସ୍ପତି ଦେବୀ ପ୍ରସାଦ ତ୍ରିପାଠୀ ଦୀର୍ଘଦିନ ଧରି ଏହି ମନ୍ଦିର ଟ୍ରଷ୍ଟି ଦାୟିତ୍ବରେ ରହିବା ସହ ମନ୍ଦିର ବେଢ଼ାରେ ସୂର୍ଯ୍ୟ, ଗଣେଶ, ଗାୟତ୍ରୀ, ଦୁର୍ଗା, ସରସ୍ବତୀ ଓ ଗୌରାଙ୍ଗ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ପରେ ସ୍ବର୍ଗତ ନଳିନୀକାନ୍ତ ତ୍ରିପାଠୀ ଟ୍ରଷ୍ଟି ଦାୟିତ୍ବ ତୁଲାଇଥିବା ବେଳେ ତାଙ୍କ ସମୟରେ ଶନି ଓ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ହେଲେ ଦୁଃଖର କଥା ହେଲା, ମନ୍ଦିର ଲକ୍ଷାଧିକ ଟଙ୍କାରେ ସ୍ଥାବରଅସ୍ଥାବର ସମ୍ପତ୍ତି ଥିଲେ ବି ଏହାକୁ ଠିକ୍ ଭାବେ ଉପଯୋଗ କରାଯାଇପାରୁନି। ପୂର୍ବରୁ ମନ୍ଦିରରେ ଶୀତଳଷଷ୍ଠୀ ଓ ରାମନବମୀ ଧୁମ୍‌ଧାମ୍‌ରେ ପାଳିତ ହେଉଥିଲା। ଜାଗର ସମୟରେ ସାରା ରାତି ଯାତ୍ରା ଲାଗୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନ‌େ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତ ନୀତିକାନ୍ତି ମନ୍ଦିର ବେଢ଼ା ଭିତରେ ସୀମିତ ରହୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭାବାବେଗକୁ ଆଘାତ ପହଞ୍ଚିଛି। ଏଥିସହ ମନ୍ଦିରରେ ଅଭ୍ୟର୍ଥନା ଭୋଗ ସହ ବଡ଼ ଥାଳି ଏବଂ ସାନ ଥାଳି ଭୋଗ ‌କରାଯାଉଥିବା ବ‌େଳେ ସେସବୁ ମଧ୍ୟ ବନ୍ଦ ହୋଇଯାଇ କେବଳ ସାନ ଥାଳିରେ ଭୋଗ ଠାକୁରଙ୍କୁ ଅର୍ପଣ କରାଯାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଟ୍ରଷ୍ଟି ଥିବା ନଳିନୀକାନ୍ତ ତ୍ରିପାଠୀଙ୍କ ଦେହାନ୍ତ ପରେ ଦେବୋତ୍ତର ବିଭାଗ ପକ୍ଷରୁ କାହାରିକୁ ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତି ନ ଦିଆଯାଇ ଜଣେ ପୁରୋହିତଙ୍କୁ ଅସ୍ଥାୟୀ ଭାବେ ପରିଚାଳନା ଦାୟିତ୍ବ ଦିଆଯାଇଛି। ଏଭଳି ପରିସ୍ଥିତିରେ ଚଳିତବର୍ଷ ପହିଲି ଭୋଗ ନୀତିକୁ ବନ୍ଦ କରାଯାଇ କାମଚଳା ନୀତି ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସରକାର ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ବର ‌ସହ ନେବା ସହ ସୁପରିଚାଳନା ନିମନ୍ତେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହି ମନ୍ଦିର ଭଞ୍ଜନଗରବାସୀଙ୍କ ଭାବାବେଗ ସହିତ ଜଡ଼ିତ। ପିଲାଟି ଦିନରୁ ଅନେକ ଯାନିଯାତ୍ରା ଏଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ମନ୍ଦିରର ଏହି ଦୁରବସ୍ଥା ଦେଖିରେ ଦୁଃଖ ଲାଗୁଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ ପରମ୍ପରାରେ ବ୍ୟାଘାତ ସୃଷ୍ଟି ହୋଇଛି। ପହିଲି ଭୋଗ ବନ୍ଦ ହେବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ତେଣୁ ପୂର୍ବ ଗାରିମା ଫେରାଇ ଆଣିବା ସଠିକ ଟ୍ରଷ୍ଟ ଗଠନ ଜରୁରୀ ହୋଇ ପଡ଼ିଛି।

-ଜଗଦୀଶ ପାଣିଗ୍ରାହୀ, ଶ୍ରଦ୍ଧାଳୁ, ଭଞ୍ଜନଗର

ମନ୍ଦିର ପରିଚାଳନା ଦାୟିତ୍ବ ସଂପୂର୍ଣ୍ଣ ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ବେଳେ ସଂପୃକ୍ତ ଅଧିକାରୀଙ୍କ ଚରମ ଅବହେଳା ପାଇଁ ଏହି ମନ୍ଦିରର ଆଜି ଏହି ଦଶା ପାଲଟିଛି। ଟ୍ରଷ୍ଟିଙ୍କ ଦେହାନ୍ତ ପରେ ତୁରନ୍ତ ନୂତନ କମିଟି ଗଠନ କରିବା ଦାୟିତ୍ବ ବିଭାଗର ରହିଥିବା ବେଳେ ଆନ୍ତରିକତାର ଅଭାବ ଯୋଗୁଁ ଭକ୍ତଙ୍କ ଭିତରେ ଅସନ୍ତୋଷ ବ୍ୟାପୁଛି।

-ସୁଶାନ୍ତ କୁମାର ମହାପାତ୍ର, ଠାକୁରାଣୀ ମନ୍ଦିର ପରିଚାଳନା କମିଟି ସଦସ୍ୟ

ଟ୍ରଷ୍ଟିଙ୍କ ଦେହାନ୍ତ ପରେ କିଛି ଦିନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମୋତେ ପରିଚାଳନା କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। ମନ୍ଦିର ବେଢ଼ାକୁ ଲାଗି ରହିଥିବା ‌କିଛି ଦୋକାନ ଘରରୁ ଆସୁଥିବା ଭଡ଼ାରେ ବର୍ତ୍ତମାନ ମନ୍ଦିର ସମସ୍ତ ଖର୍ଚ୍ଚ ହେଉଥିବା ବ‌େଳେ ପୂଜକ ମାନଙ୍କ ପାଉଣା ମଧ୍ୟ ସେହି ଟଙ୍କାରୁ ହିଁ ପ୍ରଦାନ କରାଯାଉଛି। ଏତେ ବଡ଼ ମନ୍ଦିର ପରିଚାଳନା ପାଇଁ ଗୋଟିଏ ବଳିଷ୍ଠ ପରିଚାଳନା କମିଟିର ଆବଶ୍ୟକତା ରହିଛି।

-ଉପେନ୍ଦ୍ର କୁମାର ମିଶ୍ର, ପୁରୋହିତ, ରଘୁନାଥ ସ୍ବାମୀ ମନ୍ଦିର,ଭଞ୍ଜନଗର


News Comment




Photo in News

Advertisment
Lastest News
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026

You Might Also Like