-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||     

HOME   ଜିଲ୍ଲା

ଜନ୍ମ ଦିନରେ ଉଠିଲା କୋକେଇ: ସେଲ୍‌ଫି ନୁହେଁ, ଫଟୋ ପୋଜ୍‌ ଦେଉଥିଲେ ସୂର୍ଯ୍ୟ କୁମାର

18-Dec-2020



(ପ୍ରେରଣା ଖବର) ପାରଳାଖେମୁଣ୍ତି: ଆଜି ଥିଲା ଏକମାତ୍ର ପୁଅ ସୂର୍ଯ୍ୟ କୁମାରଙ୍କ ଜନ୍ମ ଦିନ। ୧୫ ବର୍ଷରେ ସେ ପାଦ ଥାପିଥାନ୍ତେ। ହେଲେ ଯେଉଁ ତିଥିରେ ସେ ମା’ଙ୍କ କୋଳମଣ୍ଡନ କରିଥିଲେ ସେହି ତିଥିରେ ବନ୍ଦାପନା ବଦଳରେ ଘରୁ ଉଠିଲା ତାଙ୍କ କୋକେଇ। ଲୁହରେ ଭିଜିଲା ପାରଳାଖେମୁଣ୍ଡି ସହରର ଗୌରଚନ୍ଦ୍ର ସାହି। ବାପା ଭୀଷ୍ମ କୁମାର ନିର୍ବାକ୍ ପାଲଟି ଯାଇଛନ୍ତି। ଏକମାତ୍ର ପୁଅକୁ ହରାଇ ମା’ କାନ୍ଦି କାନ୍ଦି ଲୋଟି ପଡ଼ୁଛନ୍ତି। ଶୋକାକୁଳ ପରିବେଶ ମଧ୍ୟରେ ମହେନ୍ଦ୍ରତନୟା ନଦୀ ତଟରେ ଶବ ସଂସ୍କାର କରା ଯାଇଥିଲା। ତେବେ ସୂର୍ଯ୍ୟ କୁମାର ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉ ନଥିଲେ। ତଳେ ଅନ୍ୟ ସାଙ୍ଗ ଫଟୋ ଉଠାଉଥିଲେ, ସୂର୍ଯ୍ୟ କୁମାର ଟ୍ରେନ୍‌ ବଗି ଉପରେ ଥାଇ ପୋଜ୍ ଦେଉଥିଲେ। ଏତିକି ବେଳେ ଛାତିଥରା ଘଟଣା ଘଟିଥିବା ଜଣାପଡ଼ିଛି। ରେଳବାଇ ପୁଲିସ ଇନ୍ସପେକ୍ଟର୍ ଜ୍ୟୋତି ପ୍ରକାଶ ନାୟକ କହିଛନ୍ତି, ଘଟଣାର ପ୍ରାଥମିକ ତଦନ୍ତ ଅନୁସାରେ, ସୂର୍ଯ୍ୟକୁମାର ଓ ତାଙ୍କ ବନ୍ଧୁମାନେ ଗତକାଲି ସନ୍ଧ୍ୟାରେ ଷ୍ଟେସନ୍ ପାଖରେ ଭ୍ରମଣ କରିବାକୁ ଆସିଥିଲେ। ଷ୍ଟେସନ୍‌ଠୁ କିଛି ଦୂରରେ ଥିବା ଟ୍ରାକ୍ ଉପରେ ସେମାନେ ରେଳ ବଗି ଦେଖିବା ପରେ ସ୍ମାର୍ଟ ଫୋନ୍‌‌ରେ ପରସ୍ପରର ଫଟୋ ଉଠାଇବା ଆରମ୍ଭ କରିଥିଲେ। ଏହା ଭିତରେ ସୂର୍ଯ୍ୟ କୁମାର ଫଟୋ ପାଇଁ ପୋଜ୍ ଦେବାକୁ ବଗି ଉପରକୁ ଚଢ଼ି ଯାଇଥିଲେ। ତଳୁ ଫଟୋ ଉଠାଇବାକୁ ବନ୍ଧୁମାନଙ୍କୁ କହିଥିଲେ। ହେଲେ ଏହା ତାଙ୍କ ପାଇଁ କାଳ ଯେ ସାଜିବ, ସେ ଚିନ୍ତା ହିଁ କରି ନଥିଲେ। ମୁଣ୍ଡ ଉପରେ ବିପଦ ଥିଲା। ୨୫ହଜାର ଭୋଲଟ୍‌ କ୍ଷମତାସଂପନ୍ନ ତାର ଝୁଲୁଥିଲା। ବଗି ଉପରେ ଚଢ଼ିବା କ୍ଷଣି ଆଖି ପିଛୁଳାକେ ଏହାର ବିଦ୍ୟୁତ ଶକ୍ତି ସଂସ୍ପର୍ଶରେ ଆସିଯାଇ ସୂର୍ଯ୍ୟ କୁମାର ଜଳି ଯାଇଥିଲେ।  ମୁଣ୍ଡ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା।  ତଳେ ଥିବା ଅନ୍ୟ ସାଙ୍ଗମାନେ ଆତଙ୍କିତ ହୋଇ ଚିତ୍କାର କରିଥିଲେ ବି ସୂର୍ଯ୍ୟ କୁମାରଙ୍କୁ ବଞ୍ଚାଇବା ପାଇଁ ଆଉ କିଛି ଉପାୟ ନଥିଲା। ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଜଳନ୍ତା ବଗି ଉପର ଭାଗରେ ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇ ଉପରୁ ସୂର୍ଯ୍ୟ କୁମାରଙ୍କ ଦଗ୍ଧ ଶବ ଉଦ୍ଧାର ହୋଇଥିଲା। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିଲା। କିନ୍ତୁ ଆଜି ଜନ୍ମ ଦିନରେ ପୁଅର କୋକେଇ ଉଠିବା ଦୃଶ୍ୟ ଦେଖି ପୂରା ପରିବାର ଓ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଉ ଗୌରଚନ୍ଦ୍ର ସାହି ସ୍ତବ୍ଧ ପାଲଟି ଯାଇଥିଲା। ଅନ୍ୟପକ୍ଷ‌ରେ ସୂର୍ଯ୍ୟ କୁମାରଙ୍କ ଅନ୍ୟ ସାଙ୍ଗ ମାନଙ୍କୁ ଜିଆରପି ହେପାଜତକୁ ନେଇ ପଚରାଉଚରା କରିବା ସହ ଘଟଣା ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ପଠାଯାଇଛି।  ପ୍ରକାଶ ଥାଉକି, ଗତ ମାର୍ଚ୍ଚ ମାସରୁ କୋଭିଡ୍ କଟକଣା ଯୋଗୁଁ ନୌପଡ଼ା-ଗୁଣୁପୁର ଲାଇନ୍‌ରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଫଳରେ ଏକ୍ସପ୍ରେସ୍‌  ଓ ପାସେଞ୍ଜ ସମେତ ୭ରୁ ଅଧିକ ଟ୍ରେନ ବଗି ଏଠାରେ ଅଟକି ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026

You Might Also Like