-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||     

HOME   ଜିଲ୍ଲା

୧୧ ବର୍ଷ ବିତିଲା, ୪ ନିଖୋଜ ଛାତ୍ରଙ୍କ ପତ୍ତା ନାହିଁ

18-Dec-2020



(ପ୍ରେରଣା ଖବର) ବ୍ରହ୍ମପୁର : ଚାହୁଁ ଚାହୁଁ ୧୧ ବର୍ଷ ବିତିଗଲା। ପୁଅଙ୍କ ଫେରିବା ବାଟକୁ ଚାହିଁ ଚାହିଁ ବପା ମାଆଙ୍କ ଆଖିରୁ ଲୁହ ଶୁଖୁନି। ନିଜ ସନ୍ତାନଙ୍କ ସନ୍ଧାନ ପାଇଁ ଥାନା, ଏସ୍‌ପି, ଜିଲ୍ଲାପାଳ, ଜାତୀୟ ମାନବାଧିକାର କମିସନ ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଚପଲ ସିଗଲା, ଏ ଯାଏ କିଛି ସୁଫଳ ମିଳିନାହିଁ। ନିଖୋଜ ଥିବା ୪ଜଣ ଛାତ୍ର ଏବେ କେଉଁଠି? ସେମାନେ କିଭିଳି ଅବସ୍ଥା ଅଛନ୍ତି ତାହା କାହାକୁ ବି ଜଣାନାହିଁ। ସମେସ୍ତ ଏବେ ବି ଅନ୍ଧାରରେ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ବଡ଼ବରଙ୍ଗା ଗ୍ରାମର ଭୁବନେଶ୍ବର ପାଢ଼ୀ। ଭୁବନେଶ୍ବର ପରିସଂଖ୍ୟାନ କାର୍ଯ୍ୟାଳୟରେ ସର୍ଭେୟର ଭାବେ କାର୍ଯ୍ୟ କରୁଥିବା ବେଳେ ଏକମାତ୍ର ପୁଅ ଶଙ୍କର(୨୧) ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର ହସଖୁସିରେ ଚାଲିଥିଲା। ପୁଅ ଶଙ୍କର ଜଣେ ‌ମୋଧବୀ ଛାତ୍ର ଥିଲେ। ଯୁକ୍ତ ୩ ପାଠ ପଢା ପରେ ଶଙ୍କର ୨୦୦୯ରେ ବ୍ରହ୍ମପୁରରେ ରହି କମ୍ପ୍ୟୁଟର କୋର୍ସ କରୁଥିଲେ। ପୁରୁଣା ଖ୍ରୀଷ୍ଟିଆନ ସାହିରେ ଘର ଭଡ଼ା ନେଇ ସାଙ୍ଗମାନଙ୍କ ସହ ରହୁଥିଲେ। ସେହି ବର୍ଷ ସେପ୍ଟେମ୍ବର ୧୫ ତାରିଖରେ କମ୍ପ୍ୟୁଟର କ୍ଲାସ୍‌ ଯାଇ ଆଉ ଘରକୁ ଫେରି ନ ଥିଲେ। ଏହାପର ଠାରୁ ତାଙ୍କ ଆଉ ପତ୍ତା ମିଳୁନାହିଁ। ବାପା ଭୁବନେଶ୍ବର ପୁଅର ସନ୍ଧାନ ଲାଗି ଆଜିକୁ ୧୧ ବର୍ଷ ହେଲା ବ୍ରହ୍ମପୁର ଓ କେ.ନୂଆଗାଁ ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଜାତୀୟ ମାନବାଧିକାର କମିସନ ଓ କ୍ରାଇମ୍‌ବ୍ରାଞ୍ଚ ଏବଂ ହାଇକୋର୍ଟ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି। କ୍ରାଇମବ୍ରାଞ୍ଚ ୮୫/୨୦୦୯ରେ ମାମଲା ଦାଏର କରିଛି, ହେଲେ କିଛି ଫଳ ମିଳିନି। ସେହିପରି ପାତ୍ରପୁର ଗ୍ରାମରଏମ୍‌. ବୈରୀ ଚରଣ ପାତ୍ରଙ୍କ ଏକମାତ୍ର ପୁଅ କାଳୁଚରଣ ପାତ୍ର ଓରଫ କାଳିଆ(୧୫) ୨୦୦୯ ଏପ୍ରିଲ ୨୮ରୁ ନିଖୋଜ। କାଳିଆ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୨୮ରେ ବ୍ରହ୍ମପୁର ଆସି ଗାଁକୁ ଫେରିଥିଲେ। ଏହାପରେ ପାତ୍ରପୁର ବଜାରରୁ ଆସି କେଉଁଆଡ଼େ ଗଲେ ଆଜି ଯାଏ ପତ୍ତା ମିଳିନାହିଁ। ପାତ୍ରପୁର ବ୍ଲକ୍‌ ତୁମ୍ବା ଅଞ୍ଚଳର ଅଭିମୁନ୍ୟ ବେହେରାଙ୍କ ଏକମାତ୍ର ପୁଅ ସନ୍ତୋଷ ବେହରା(୧୬)। ସନ୍ତୋଷ ବ୍ରହ୍ମପୁର ହେରମ୍ବାଳୟ ଆବାସିକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଥିଲେ। ଅଭିମୁନ୍ୟ ସେତେବେଳେ ଶିକ୍ଷକତା କରୁଥିବା ବେଳେ ପରିବାର ସହ ବ୍ରହ୍ମପୁର ଶାସ୍ତ୍ରୀ ନଗର ପ୍ରଥମ ଲେନ୍‌ରେ ରହୁଥିଲେ। ୨୦୦୮ ଅକ୍ଟୋବର ୩୦ ଅପରାହ୍‌ଣରେ କଲେଜ ଯାଇ ଆଉ ଘରକୁ ଫେରି ନ ଥିଲେ। ଏହାପର ଠାରୁ ସେ ନିଖୋଜ। ବାପା ଅଭିମନ୍ୟୁ ପାତ୍ରପୁର ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଲେଣି। ହେଲେ ପୁଅ ପାଇଁ ତାଙ୍କ ପରିବାରର ସବୁ ହସଖୁସି ହଜିଯାଇଛି। ଦିଗପହଣ୍ଡି ବ୍ଲକ୍‌ ବାଲିଯୋଡ଼ି ଗାଁର ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଏକମାତ୍ର ପୁଅ ଗଣେଶ(୨୧) ୨୦୧୦ ମସିହାରେ ବ୍ରହ୍ମପୁର ନିଟ୍‌ରେ କମ୍ପ୍ୟୁଟର କୋର୍ସ କରୁଥ‌ିଲେ। ସେହି ବର୍ଷ ଅକ୍ଟୋବର ୨୮ତାରିଖରେ ଘରୁ ବାହାରି କମ୍ପ୍ୟୁଟର କ୍ଲାସ୍‌ ଆସି ଆଉ ଘରକୁ ଫେରି ନ ଥିଲେ। ଘର ଲୋକମାନେ ଖୋଜାଖୋଜି କରିଥିଲେ ହେଁ ତାଙ୍କ କେଉଁଠି ପାଇ ନଥିଲେ। ଏହାପରେ ପୁଅ ଫେରିବା ବାଟ ଶ୍ୟାମସୁନ୍ଦର ଚାତକ ଭଳି ଚାହିଁ ବସିଛନ୍ତି। ପୁଅକୁ ଖୋଜି ଆଣିବା ଲାଗି ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦୌଡ଼ିଥିଲେ କୌଣସି ସୁଫଳ ମିଳିନାହିଁ।ପୁଅଙ୍କୁ ଖୋଜି ଆଣିବା ଲାଗି ୪ ଛାତ୍ରଙ୍କ ବାପା ମା’ମାନେ ଏବେ ବି ପୁଲିସ ପାଖକୁ ଦୌଡ଼ୁଛନ୍ତି। ହେଲେ ସେମାନଙ୍କ ଗୁହାରୀ ଆଉ କେହି ଶୁଣି ନ ଥିବା ସେମାନେ କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ପ୍ରକାଶ କରିଛନ୍ତି। ନିଖୋଜ ପୁଅଙ୍କୁ ଖୋଜି ଆଣିବା ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026

You Might Also Like