-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

ଶିକ୍ଷକ ନା କୁବେର! ଦରମା ୨୧ହଜାର, ସଂପତ୍ତି ୫କୋଟି

18-Dec-2020



(ପ୍ରେରଣା ଖବର) ବରଗଡ଼: ଦରମା ହେଲା ମାସିକ ୨୧ ହଜାର। କିନ୍ତୁ ସଂପତ୍ତି ୫ କୋଟି ଟପିଯିବ। ଜଣେ ଶିକ୍ଷକ ଏତିକି ପରିମାଣରେ ସଂପତ୍ତି ଠୁଳ କରିବା ସମସ୍ତଙ୍କୁ ତାଜୁବ୍‌ କରିଛି। ଖୋଦ୍‌ ଭିଜିଲାନ୍ସ ବିଭାଗ ମଧ୍ୟ ସଂପତ୍ତି ଆକଳନ କରି ଝାଳନାଳ ହୋଇଯାଇଛି। ବୁଧବାର ବିଜେପୁର ବ୍ଲକ୍‌ ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ‌ପ୍ରଧାନଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଯାହା ଟଙ୍କା, ଅଳଙ୍କାର ଏବଂ ସଂପତ୍ତି ମିଳିଲା, ତାହା ଅଧିକାରୀଙ୍କୁ ବି ଚକିତ କରି ଦେଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ ପାଖରୁ ମୋଟ୍‌ ୪,୨୬,୪୪,୩୯୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଂଗୁରିପାଲିସ୍ଥିତ ତିନି ମହଲା କୋଠାର ମୂଲ୍ୟ ୧.୮୦ କୋଟି, ବରପାଲି ବ୍ଲକ୍‌ ତିଲେଇମାଳରେ ଥିବା ଦୁଇ ମହଲା କୋଠା ୧.୦୨ କୋଟି, ପ୍ରାୟ ୩୪ ଲକ୍ଷ ଟଙ୍କାର ଜମି, ବରପାଲି ‌କପିଳେଶ୍ବରନଗର ଠାରେ ୨୭ଲକ୍ଷ ଟଙ୍କାର ଘର, ୧୫ ଲକ୍ଷ ପାଖାପାଖି ସୁନା ଓ ରୁପା ଅଳଙ୍କାର, ନଗଦ ୧୯.୨୬ ଲକ୍ଷ ଟଙ୍କା, ପ୍ରାୟ ୮ଲକ୍ଷ ଟଙ୍କାର କାର୍‌ ଏହି ତାଲିକାରେ ରହିଛି। ତେବେ ତାଲିକା ଆହୁରି ଲମ୍ବିବ ବୋଲି ଅନୁମାନ କରାଯାଉଛି। ଗୁରୁବାର ଭିଜିଲାନ୍ସ ବିଭାଗ ଶ୍ରୀ ପାଣିଗ୍ରାହୀଙ୍କ ସଂପତ୍ତିର ନିକିନିଖି ହିସାବ ଆରମ୍ଭ କରିଛି। ମୋଟାମୋଟି ଭାବେ ଠାବ ହୋଇଥିବା ସଂପତ୍ତି ୫କୋଟି ଉପରକୁ ଡେଇଁବ ବୋଲି କୁହାଯାଉଛି। ତେବେ ମାତ୍ର ୨୧ ହଜାର ଟଙ୍କା ଦରମା ପାଉଥିବା ଶିକ୍ଷକ କୋଟିପତି ହେଲେ କେମିତି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହାର କିଛି ତଥ୍ୟ ଖୋଳତାଡ଼ କରିବାରୁ ଜଣାପଡ଼ିଛି। ସୂଚନା ମୁତାବକ, ଶ୍ରୀ ପାଣିଗ୍ରାହୀ ଜଣେ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ। ଗତ ୨୦୧୬ ମସିହା ସେପ୍ଟେମ୍ବର ଯାଏ ୫୪୪୦ ଟଙ୍କା ମାସିକ ଦରମା ପାଉଥିଲେ। ଚାକିରି ନୂଆ ସର୍ତାବଳୀ ଲାଗୁ ହେବା ପରେ ସେ ମାସିକ ୨୧,୩୩୮ ଟଙ୍କା ଦରମା ଆକାରରେ ପାଉଥିଲେ। ଅର୍ଥାତ ଗତ ୪ବର୍ଷ ହେଲା ସେ ବର୍ଦ୍ଧିତ ହାରରେ ଦରମା ପାଉଛନ୍ତି। ଏତିକି ଦରମାରେ ୫କୋଟି ଟଙ୍କାର ମାଲିକ ହେବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିବ। କିନ୍ତୁ ଶ୍ରୀ ପାଣିଗ୍ରାହୀ ନିଜ ପୋଖତ ବୁଦ୍ଧିରେ ଏତକ ସଂପତ୍ତି ଠୁଳ କରିଛନ୍ତି। ପ୍ରଥମତଃ ସେ ଧାନ କିଣା କାରବାର କରୁଥିଲେ। ଏଥିରୁ ପ୍ରତିବର୍ଷ ଉଭୟ ଖରିଫ ଏବଂ ରବି ଋତୁରେ ଲକ୍ଷାଧିକ ଟଙ୍କା ଉପାର୍ଜନ ହେଉଥିଲା। ଏହାବାଦ୍‌ ସେ ସ୍ଥାନୀୟ ଅଂଚଳରେ ସୁଧ କାରବାର ଚଳାଉଥିଲେ। ବିଶେଷକରି ଚାଷୀମାନେ ତାଙ୍କଠୁ ଚାଷ କରିବା ପାଇଁ ମୋଟା ସୁଧରେ ଟଙ୍କା ଋଣ ନେଉଥିଲେ। ଏପରିକି ସେ କମ୍‌ ଦରରେ ସୁନା ଏବଂ ଅଳଙ୍କାର ରଖି ବି ଲୋକଙ୍କୁ ଋଣ ଟଙ୍କା ଦେଉଥିଲେ। ଛେଳି ଚାଷ ସମେତ ଅନ୍ୟ ବ୍ୟବସାୟ କରି ସେ କୋଟିପତି ସାଜିଥିଲେ ବୋଲି ଜାଣିବାକୁ ମିଳିଛି। ତେବେ ମୋଟ୍‌ ସଂପତ୍ତି ଆକଳନ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବରଗଡ଼ ଭିଜଲାନ୍ସ ଡିଏସ୍‌ପି ପରମେଶ୍ବର କିସାନ ସୂଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like