-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଗଇଁନ୍ତଳା ସ୍ଥିତ ଲଭ କଜିିିନ କେଫେଣ୍ଟରେ ଆଜି ଗୁଳିକାଣ୍ଡ ଘଟିଛି । ସୂଚନାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୨ଟା ସମୟରେ ତିନି ଜଣ ଯୁବକ ରେଷ୍ଟୋରେଣ୍ଟଣ୍ଟ ଭିତରକୁ ପଶି ପ୍ରଥମେ ଗେଟ୍କିପରକୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାର୍ପିଟ୍ କରିଥିଲେ । ପରେ ରେଷ୍ଟୋରେଣ୍ଟର କାଚ ଗେଟ୍ , ଏଲ୍ଇଡି ଟିଭି ଫ୍ରିଜ୍ ଓ କାଚ ଟେବୁଲ,ଚୌକି, ଲେପ୍ଟପ୍ ସିସି ଟିଭି ଓ ଅନ୍ୟାନ୍ୟ ଆସବାବ ସାମଗ୍ରୀ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ । ନୂଆଁଖାଇ ପାଇଁ ଆଜି ହୋଟେଲର କର୍ମଚାରୀ ମାନେ କେହି ନ ଥିବା ବେଳେ ତାର ସୁଯୋଗ ନେଇ ଦୁର୍ବୃତ୍ତତ୍ତ ମାନେ ଏପରି କାଣ୍ଡ ଭିଆଇଥିଲେ । ଏଥିସହ ଏହି ଦୁର୍ବୃତ୍ତ ମାନେ କେସ୍ କାଉଣ୍ଟରରେ ଥିବା ୮ହଜାର ଟଙ୍କା ଚୋରୀ କରି ନେଇଯାଇଥିଲେ । ଏଥିରେ ମଧ୍ୟ ସେମାନେ ଶାନ୍ତ ହୋଇ ନଥିଲେ । ସେମାନେ ରେଷ୍ଟୋରେଣ୍ଟମାଲିକ ସଂଜୀବ ନନ୍ଦ ଙ୍କ ପାଖକୁ ମାରିବା ପାଇଁ ଦୌଡିଥିଲେ । ତେବେ ସୌଭାଗ୍ୟବସତଃ ମାଲିକ ବାଡା ଡେଇଁ ପାଳଇ ଯାଇଥିଲା । ଚାରି ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ର ନାମ ରାଜୁ ଓ ତାର ଘର ବେହେରାପାଲି ବୋଲି ରେଷ୍ଟୋରେଣ୍ଟଣ୍ଟମାଲିକ ସଂଜୀବ ନନ୍ଦ ସୂଚନା ଦେଇଛନ୍ତି । ତେବେ ଦୃର୍ବୃତ୍ତ ମାନେ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ଏପରି କାଣ୍ଡ ଭିଆଇଲେ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସଂଜୀବଙ୍କ ପକ୍ଷରୁ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଛି ।ପୁଇଁନ୍ତଳା ପୋଲିସ ଘଟଣାର ତଦନ୍ତ କରୁଛି ।