-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
18-Sep-2023
ନୂଆଁପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହାଲ ଗ୍ରାମ ରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ବେଆଇନ ନକଲି ମଦ ଜବତ କରିଥିବା ବେଲେ ଗୋଟିଏ ପରିବାରର ଶ୍ୱଶୁର ଓ ବହୁ ଦୁଇ ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ବ୍ଯକ୍ତି ହେଲେ ଯୋଗିବାହାଲ ଗ୍ରାମ ର ସୌଭାଗ୍ୟ ମେହେର (୨୭) ଓ ବନମାଲି ମେହେର (୭୦) ବୋଲି ସୂଚନା ମିଳିଛି।ସୁଚନାଯୋଗ୍ୟଯେ ଶନିବାର ଦିନ ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଏଏସଆଇ ସରୋଜ କଟା ଓ ସିନାପାଲି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସଚଲା ପାଢ଼ୀ ଙ୍କ ନେତୃତ୍ବ ରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଯୋଗିବାହାଲ ଗ୍ରାମରେ ଚଢ଼ାଉ କରିଥିଲେ। ଯୋଗିବାହାଲ ରେ ବେଆଇନ ନକଲି ମଦ ତିଆରି କରି ବିକ୍ରୀ ହେଉଥିବା ଜାଣି ଚଢାଉ କରିଥିଲେ। ଚଢାଉ ରେ ଗୋଟିଏ ପରିବାରର ଜଣେ ମହିଲା ଓ ଜଣେ ବୃଦ୍ଧ ଲୋକଙ୍କୁ ଗିରଫ କରିଥିଲେ । ଉଭୟେ ଗୋଟିଏ ପରିବାରର ଶ୍ୱଶୁର ଓ ବୋହୁ ବୋଲି ଜଣାପଡିଛି। ନକଲି ବିଦେଶୀ ମଦ ଅନେକ ପ୍ରକାରର ଜବତ ହୋଇଥିବା ବେଳେ ମୋଟ ୭୮ ଲିଟର ମଦ ଜବତ କରାଯାଇଥିବା ଜଣାପଡିଛି। ତାସହିତ ଖୋଲା ମଦ ବୋତଲ ଓ ବିପୁଳ ପରିମାଣର ଠିପି ଜବତ କରାଯାଇଛି। ଏନେଇ ସିନାପାଲି ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜ୍ଜୁ କରି କୋଟ୍ ଚାଲାଣ କରାଯାଇଛି। ଏହି ଚଢ଼ାଉ ଟିମରେ ନୂଆପଡା ଓ ସିନାପାଲି ଅବକାରୀ ବିଭାଗ ର ଅଧିକାରୀ କର୍ମଚାରୀ ସାମିଲ ଥିଲେ।
ନୁଆପଡ଼ା ଜିଲ୍ଲା ରୁ ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ