-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Aug-2023
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ସିଣ୍ଢୋଲ ପଞ୍ଚାୟତ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ଡ଼.ବବଲୁ ସେଠି, ତାଙ୍କ ସହଯୋଗୀ ବାଦଲ ଭୋଇ, ପ୍ରତ୍ଯଲୋକ ସାହୁ, ଫାର୍ମାସିଷ୍ଟ ଅଭିନାଶ ସିଂ ସାମିଲ ଏବଂ ଜିଲ୍ଲା କୋରଡିନେଟର ଧର୍ମରାଜ ନାଏକ ଯୋଗଦେଇ ସର୍ବମୋଟ ୮୦ ଜଣଙ୍କୁ ଚକ୍ଷୁ ପରୀକ୍ଷା କରିଥିଲେ l ସେଥି ମଧ୍ୟରୁ ୨୦ ଜଣଙ୍କୁ ଅସ୍ତ୍ରପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ୬୦ ଜଣଙ୍କୁ ମାଗଣା ଔଷଧ ସହ ଚଷମା ପ୍ରଦାନ କରିଥିଲେ l ଶିବିରରେ ସିଣ୍ଢୋଲ ସରପଂଚ ପ୍ରଦିପ କୁମାର ଦେହେରି, ୱାର୍ଡ୍ ସଭ୍ଯ ସୁରଥ କୁମ୍ଭାର , ନମିତା ଭୁକ୍ତା, ଗିତା ସେଠି, ଗରିବ ସେଠି, ଶୁନା ପୁଟେଲ, ସୁରେଶ ସାହୁ, ସାମସନ ଲୁଗୁନ, ସାବିତ୍ରୀ ଭୋଏ, ଡୁଲେଶ୍ବରୀ ବାଘ, ପିଇଓ ପୁର୍ଣ୍ଣଚନ୍ଦ୍ର ପୁରୋହିତଙ୍କ ସମେତ ବିଭିନ୍ନ ପଞ୍ଚାୟତର କତ୍ତୃପକ୍ଷ ସାମିଲ ହୋଇ ସହଯୋଗ କରିଥିଲେ।