-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||     

HOME   ଜିଲ୍ଲା

ଲୋଇସିଂହା ଥାନାରେ ଅଭିଯୋଗ କଲେ କୋଶଲ ମୁକ୍ତି ମୋର୍ଚ୍ଚା

23-Jul-2023



(ପ୍ରେରଣା ଖବର )
ପ୍ରଥମେ ହିନ୍ଦୀ,କନ୍ନଡ ଓ ଓଡ଼ିଆ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ସମ୍ବଲପୁରରେ ଜନ୍ମିତ ପ୍ରତିଭାଶାଳୀ ଅଭିନେତା ମନୋଜ ମିଶ୍ର ଏକ ପ୍ରତିଷ୍ଠିତ ଟିଭି। ଚେନାଲ୍‌କୁ ଦେଇଥିବା ସାକ୍ଷାତକାରରେ ଓଡ଼ିଆ ସିନେ ଅଭିନେତା ଓ ଓଡ଼ିଆ ଚଳଚିତ୍ରର ଉନ୍ନତି ସମ୍ବନ୍ଧରେ ନିଜର ସ୍ବାଧିନ ମତ ରଖିଥିଲେ। ଅନ୍ୟାନ୍ୟ ବହୁ ପ୍ରସଙ୍ଗ ଉପରେ ଟିପ୍‌ପଣୀ କରିବା ସହ ସେ ଓଡ଼ିଆ ସିନେମାରେ କାହାଣୀରେ ମୋଳିକତା ଓ ନିର୍ଦ୍ଦେଶନା ଅଭିନବତା ବିଷୟରେ ସବିଶେଷ ମତ ରଖିଥିଲେ। କଥା ପ୍ରସଙ୍ଗରେ ସେ ଓଡ଼ିଆ ସିନେମା କଳାକାରଙ୍କ ବର୍ଷକର ପାରିଶ୍ରମିକ ବମ୍ବେ ଫିଲ୍ମ୍‌ ଇଣ୍ଡଷ୍ଟ୍ରୀର ଦିନକର ପାରିଶ୍ରମିକ ଭଳି ଦୟନୀୟ ହୋଇଥିବା କହିଥିଲେ। ତାଙ୍କୁ ସିନେମା କରିବାକୁ ହେଲେ ଅରିନ୍ଦମ ଓ ଅଭିନବଙ୍କ ମଧ୍ୟରୁ  କାହାକୁ ହିରୋ ଭାବରେ ନେବେ ବୋଲି ପଚରାଯିବାରୁ ସେ ବାବୁଶାନଙ୍କୁ ନେବେ ବୋଲି କହିଥିଲେ।
ଏତିକି ମାତ୍ର ଅଭିମତ ଦେଇଥିବା କଥାକୁ ନେଇ କଟକର ଜଣେ ଅନାମଧେୟ ଜିତୁ ରାଉତ ନାମକ ଏକ ଅସାମାଜିକ ବ୍ୟକ୍ତି ଯିଏ ନିଜକୁ କଣେ ଅଭିନେତା ଓ କେମେରାମେନ୍‌ ବୋଲାଇଥାନ୍ତି,ଅଯଥାରେ ପ୍ରତିକ୍ରିୟାଶୀଳ ହୋଇ ଅଭିନେତା ମନୋଜ ମିଶ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେଇଛନ୍ତି। ଓଡ଼ିଆ ସିନେମା ବିଷୟରେ ମନୋଜ ମିଶ୍ର କିଏ ବେ,ବୋଲି ଲାଂଛିତ କରିଛନ୍ତି। ସେହିଭଳି ଜିତୁ ମଂଗରାଜ ନାମକ ତାଙ୍କର ଆଉ ଏକ  ଅନାମଧେୟ  ସହଯୋଗୀ ଅଭିନେତା ମନୋଜ ମିଶ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି କରି ସାମାଜିକ ଗଣ ମାଧ୍ୟମରେ ଭିଡ଼ିଓ ଭାଇରାଲ୍‌ କରିଛନ୍ତି। ସେମାନେ ମନୋଜ ମିଶ୍ରଙ୍କୁ ବଲିଉଡ଼ରେ ବେଶୀ ଅର୍ଥ ମିଳୁଛି ତ ଓଡ଼ିଶାରେ କାଁହିକି ରହୁଛ,ଏଠୁ ପଳାଅ ସେଠିକି ବୋଲି ଅପମାନିତ କରିଛନ୍ତି।
ଆଉ ସବୁଠାରୁ ନିନ୍ଦନୀୟ ମନ୍ତବ୍ୟ ଏଇୟା ଯେ ସେମାନେ ମନୋଜ ମିଶ୍ରଙ୍କୁ "ତୁ ତା ବେ'ବା" କରିବା ସହ ମାଡ଼ ମାରିବାର ଭୟ ଦେଖାଇଛନ୍ତି। 

ପଶ୍ଚିମ ଓଡ଼ିଶାରେ ଭଲ ଭଲ କଳାକାର ଯଦି ଅଛନ୍ତି,ଯାଅ ପଶ୍ଚିମ ଓଡ଼ିଶା,ସେଇଠି ନାଚିବ" ବୋଲି ସେମାନେ କଟୁକ୍ତି କରିଛନ୍ତି।ଏହି ଭିଡ଼ିଓ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାର ଦର୍ଶକ ଓ କଳାକାରମାନେ ଏହାର ଘୋର୍‌ ପ୍ରତିବାଦ କରିଛନ୍ତି।  ଏଠାକାର ବୁଦ୍ଧିଜିବୀ ସମାଜ ଏହାର ନିନ୍ଦାକରି ଜିତୁ ରାଉତ ଓ ଜିତୁ ମଂଗରାଜଙ୍କ ବିରୁଦ୍ଦରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଭକ୍ତ ପ୍ରସାଦ ନନ୍ଦ, ସପନ ମିଶ୍ର,ସଦାନନ୍ଦ ପଣ୍ଡା,ପ୍ରମୂଖ ଏଭଳି ବିଷୋଦ୍‌ଗାର କରିଥିବା ବ୍ୟକ୍ତିଙ୍କ ବିରୋଧ ପୋଲିସ୍‌ ଅତି ଶୀଘ୍ର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଲୋଇସିଂହା ପୋଲିସ ଷ୍ଟେସନ୍‌ରେ 'କୋଶଲ୍‌ ରାଜ୍ୟ ମୁକ୍ତି ମୋର୍ଚ୍ଚା' ତରଫରୁ ଉଭୟ ଜିତୁ ରାଉତ ଓ ଜିତୁ ମଂଗରାଜ୍‌ଙ୍କର୍‌ ବିରୁଦ୍ଦରେ ଅପରାଧିକ ମାମଲାରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଲୋଇସିଂହା ସଭାପତି ସିବରାଜ ସାହୁ,ଅନୁଭବ ସାହୁ ,ରବିନ୍ଦ୍ର ପ୍ରଧାନ ନେତୃତ୍ବରେ ସଂଗଠନର କର୍ମକର୍ତ୍ତାମାନେ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଉଭୟ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ପ୍ରତିବାଦ କରାଯିବ ଏବଂ ପରିସ୍ଥିତି ଆହୁରି ଅଶାନ୍ତିପୂର୍ଣ ହେବ ବୋଲି ସେମାନେ ଏତାଲାରେ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆ ଗଲେ ପ୍ରତିବାଦ ଆହରି ବ୍ୟାପକ ହେବ ବୋଲି ସେମାନେ ସତର୍କ କରିଦେଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026

You Might Also Like