-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ.

09-Jul-2023



ବଲାଙ୍ଗିର( ପ୍ରେରଣା ଖବର )
 ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ   ଭାରତ ରେ ୟୁନିଫର୍ମ ସିଭିଲ କୋଡ଼ ବା ସମାନ ନାଗରିକ ସଂହିତା କୁ ଦୃଢ଼ ବିରୋଧ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l  ଜାତୀୟ ଆଇନ ଆୟୋଗ ଦ୍ୱାରା "ୟୁନିଫର୍ମ ସିଭିଲ କୋଡ଼" ବିଷୟରେ  ଆପତ୍ତି, ଅଭିଯୋଗ, ମତାମତ  ଦେବା ପାଇଁ ବିଭିନ୍ନ ସଂଗଠନ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି l ଏହି କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ସ୍ୱତନ୍ତ୍ର ପ୍ରଥା,ପରମ୍ପରା, ରୀତିନୀତି, ସଂସ୍କୃତି ଲୋପ ପାଇଯିବ l ସମାନ ନାଗରିକ କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ପାଇଁ  ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରେ ସଂରକ୍ଷଣ ଉଠିଯିବ ବୋଲି ଆଦିବାସୀ ମାନେ ଆଶଙ୍କା କରିଛନ୍ତି l ଆଦିବାସୀ ମାନଙ୍କ ସ୍ୱତନ୍ତ୍ର ସାମାଜିକ ବିବାହ,ବନ୍ଦାପନା, ମୃତାହ, ଛାଡ଼ପତ୍ର, ଦେବଦେବୀ ପୂଜାପାଠ ନିୟମ ଅଛି l ଏହି କୋଡ଼ କାର୍ଯ୍ୟକାରୀ ହେଲେ ଆଦିବାସୀ ସମ୍ପ୍ରଦାୟ ର ଲୋକ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଆଦିବାସୀ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ l ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ କେନ୍ଦ୍ର ସରକାର ଙ୍କ ଅବହେଳା ମନୋଭାବ କୁ ଆଦିବାସୀ ନେତାମାନେ ତୀବ୍ର ସମାଲୋଚନା କରିଥିଲେ l କେନ୍ଦୁପତ୍ର ରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାରେ କେନ୍ଦ୍ର ସରକାର ଚରମ ଉଦାସୀନତା ଯୋଗୁଁ ୮ ଲକ୍ଷ ରୁ ଉର୍ଦ୍ଧ ଆଦିବାସୀ ଙ୍କ ବିକାଶ ବାଧାପ୍ରାପ୍ତ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଦ କରାଯାଇଛି l ଶିକ୍ଷା,  ସ୍ୱାସ୍ଥ୍ୟ, ନିଯୁକ୍ତି, ଅର୍ଥନୈତିକ କ୍ଷେତ୍ରରେ ଆଦିବାସୀ ମାନେ ଦେଶର ଶେଷ ଧାଡିରେ ଅଛନ୍ତି l ବିକାଶ କୁ ଅଣଦେଖା କରି ୟୁନିଫର୍ମ ସିଭିଲ କୋଡ଼ ପାଇଁ ଉଦ୍ୟମ କରିବା ଦୁର୍ଭାଗ୍ୟ ଜନକ ବୋଲି ଆଦିବାସୀ ନେତାମାନେ ଉଦବେଗ ପ୍ରକାଶ କରିଥିଲେ l ପ୍ରତ୍ୟେକ ବ୍ଲକ ତରଫରୁ ଏହି ଆଦିବାସୀ ବିରୋଧୀ କୋଡ଼ ବିରୁଦ୍ଧରେ  ଆଦିବାସୀ ମହାସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା

ବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ଅକ୍ଷୟ କୁମାର ଭୋଇ,ଭାନୁ ପ୍ରତାପ ସିଂମାଝି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ କିସିଣ୍ଡା ସଭାପତି ରୋହିତ ଭୋଇ, ଯୁବରାଜ ଭୋଇ, ମହେନ୍ଦ୍ର କୁଅଁର, ରମାକାନ୍ତ ଖଡ଼ିଆ,ନୂଆପଡା ର ସୋମନାଥ ଶବର, ଭକ୍ତ ଧରୁଆ,ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ବଲାଙ୍ଗିର ବ୍ଲକ ସଭାପତି ନିମାଇଁ ଝାଙ୍କର,ଗୁଡଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ,ଲୋଇସିଂହା ସଭାପତି ଦଶରଥ ଛତ୍ରିଆ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝି, ପୁଇଁତଲା କାର୍ଯ୍ୟକାରୀ ସଭାପତି ବନଳତା ମାଝି,ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ,ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ପାଟଣାଗଡ ସମ୍ପାଦକ ସାରଥୀ ବାଗ, ଖପ୍ରାଖୋଲ ସହ ସମ୍ପାଦକ ସୁଦାମ ବରିହା, ତୁରେକେଲା ଉପସଭାପତି ଭୂମିସୁତା ସମରଥ,ଟଙ୍କଧର ଧରୁଆ,  ସଂଗଠକ ଥବିର ପୂଝlରୀ, ଘନ ଭୋଇ, ଦେବସିଂ ମାଝି, କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆଁ, ବିକ୍ରମ ଭୋଇ, ସୁନୀଲ ମାଝି, ଦିଲୀପ ମାଝି, ରାଜୁ ଖଡ଼ିଆ, ଚୈତନ୍ୟ ମାଝି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026

You Might Also Like