-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ):ସୁବର୍ଣ୍ଣପୁର ଆଉଟ ସୋର୍ସିଙ୍ଗ କର୍ମଚାରି ମହାସଂଘ ସୋନପୁର ଶାଖା ତରଫରୁ ସୁବର୍ଣ୍ଣପୁର N.G.O.C.C.ହଲ ରେ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ଙ୍କ ଏକ ବୈଠକ ହୋଇ ଯାଇଛି। ପୂର୍ବ ରୁ ସରକାର ଙ୍କୁ ଦେଇଥିବା ଆଉଟ୍ ସୋରସିଙ୍ଗ କର୍ମଚାରୀଙ୍କ କୌଣସି ଦାବୀ କୁ ସରକାର କର୍ଣ୍ଣପାତ କରୁ ନ ଥିବା ବିଷୟ ଆଜି ଅଭିଯୋଗ କରିଛନ୍ତି। ଆସନ୍ତା କାଲି ଜୁନ ୧୦ ରୁ ୧୫ ପର୍ଯ୍ୟନ୍ତ କଳା ବେଚ୍ ପିନ୍ଧି ନିଜ ନିଜ କାର୍ଯ୍ୟାଳୟ ରେ କାମ କରିବା ପାଇଁ ସଂଘ ନିଷ୍ପତ୍ତି
ନେଇଛନ୍ତି। ଜୁନ ୧୯ ତାରିଖ ରେ ପଶ୍ଚିମ ଓଡ଼ିଶା ର ୧୨ ଟି ଜିଲ୍ଲା ଆଉଟ୍ ସୋରସିଙ୍ଗ କର୍ମଚାରୀ ସମ୍ବଲପୁର RDC ଅଫିସ ଘେରାଉ କରିବେ। ୟା ପରେ ଯଦି ସରକାର କର୍ଣ୍ଣପାତ ନ କରନ୍ତି ଚଳିତ ମାସ ଜୁଲାଇ ୩୧ ତାରିଖ ରେ ନବୀନ ନିବାସ ଆଗରେ ଘେରାଉ କରିବୁ ବୋଲି ଆଜି ଚୂଡାନ୍ତ ପ୍ରସ୍ତୁତି ହୋଇଥିବା ବିଷୟ ସଂଘ ସଭାପତି ନରହରି ମହାପାତ୍ର, ସମ୍ପାଦକ ବିକାଶ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।