-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2023
ବଲାଙ୍ଗୀର// ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ବିଡିଘାଟ ଠାରେ ପଂଚାୟତ କାର୍ଯ୍ୟଳୟ ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଦର ବ୍ଲକ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମକୁ ବିଡିଘାଟ ସରପଞ୍ଚ ନନ୍ଦିତା କଲେତ ଉଦଘାଟଣ କରିଥିଲେ l ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ର ସହଯୋଗ କ୍ରମେ ଏହା ହୋଇଥିଲା... ଏଠାରେ ଆଖପାଖ ଗାଁ ର ବହୁ ଲୋକ ଆସି ଆଖି ପରୀକ୍ଷା କରିବା ସହ ତନ୍ମଧ୍ୟରୁ ବହୁ ଲୋକଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା lଏହି କାର୍ଯ୍ୟକ୍ରମ ରେ ବୈଦିପାଲି ସରପଞ୍ଚ, ଅନୁଷ୍ଠାନ ର ଉପଦେଷ୍ଟା ରାଜୁ ବାଗ, ପ୍ରତିଷ୍ଠାତା ସୋମନାଥ ମିଶ୍ର, ବିଙ୍ଗ ହ୍ୟୁମାନ
ବିଡିଘାଟ ଶାଖାର ପ୍ରେମାନନ୍ଦ ଲେଙ୍କା, ଉପସଭାପତି ରାଜକିଶୋର ବେହେରା, ସମ୍ପାଦକ ଆକାଶ ଭୋଇ, ସହ ସମ୍ପାଦକ ଲଳିତ ସାହୁ ଚତୁର୍ଭୁଜ ନାହାକ, ବିଦେଶୀ ବାରିକ, ରାଜେଶ ବିଶ୍ୱାଳ, ବିହାରୀ ସାହୁ, ମଣ୍ଟୁ ବେହେରା, ରଜନୀକାନ୍ତ ବିଶ୍ୱାଳ, ଦୁଃଶାସନ କଲାସାଏ ଆଦି ବହୁ ସଦସ୍ୟ ଉପସ୍ଥିତି ରହି ସହଯୋଗ କରିଥିଲେ