-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ତହସିଲ ଅନ୍ତର୍ଗତ ଇଛାପଡା ଏଆରଆଇ କୁମୁଦ ମେହେର ଙ୍କୁ ୬ଜଣ ଦୁର୍ବୁତ୍ତ ଆକ୍ରମଣ କରି ଥିବା ଅଭିେଯାଗ ହୋଇଛି। ଏନେଇ ଥାନା ରେ ଅଭିେଯାଗ ପରେ ପୁଲିସ ତିନିଜଣ ଅଭିଯୁକ୍ତ କୁ ଗିରଫ କରିଛି। ଅନ୍ଯ ତିନିଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ସୂଚନା ଅନୁସାରେ ଗୁଡିଘାଟ ଏଆରଆଇ ସଲମନ ସୋରେନ ଓ ଇଛାପଡା ଏଆରଆଇ ଶ୍ରୀ ମେହେର ବଗୁଆବାହାଲ ଗ୍ରାମ କୁ ଜମି ମାପିବା ପାଇଁ ଯାଇଥିଲ୍। ସେଠାରୁ ଫେରୁଥିବା ବେଳେ ବାଟରେ ଏକ ବାଲି ବୋଝେଇ ଟ୍ରାକ୍ଟର କୁ ଅଟକାଇ ଟ୍ରାଞିଟ ପାସ ମାଗିଥିଲେ। ଡ୍ରାଇଭର ତାହା ଦେଖାଇ ପାରି ନ ଥିଲା। ଇଛାପଡା ରୁ ପେନାଲ୍ଟି ରସିଦ କାଟି ଗାଡି ନେବାକୁ କହି ଏଆରଆଇ ମେହେର ଆସୁଥିବା ବେଳେ ଟ୍ରାକ୍ଟର ମାଲିକ କପିଲେଶ୍ବର ବାଗ ଓ ୫ଜଣ ଦୁର୍ବୁତ୍ତ ଆକ୍ରମଣ କରି ମୋବାଇଲ ଫୋନ ଓ ଗାଡିଚାବି ଛଡାଇ ନେଇଥିଲେ। ଏନେଇ ମୁରିବାହାଲ ତହସିଲଦାର ଥାନାରେ ଲିଖିତ ଅଭିେଯାଗ ଦେଇଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ଥିଲା, ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଳାଣ କରାଯାଇଥିବା ବେଳେ ଜାମିନ ନାମନ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଏ।