-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Jul-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଖର ଝୁରା ଜୟ ଜଗନ୍ନାଥ ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମିଶ୍ରଙ୍କର ସଭାପତିତ୍ୱ ରେ ପରିବେଶ ସଚେତନତା ସଭା ଆୟୋଜିତ ହୋଇଥିଲା। ଜୁନିୟର ରେଡ କ୍ରସ ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର ବୃକ୍ଷ ରୋପଣ ର ମହତ୍ତ୍ୱ,ଗୁରୁତ୍ୱ, ଉପାଦେୟତା ବିଷୟରେ ପ୍ରାଞ୍ଜଳ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ସ୍କୁଲ ପରିସରରେ ଜୁନିୟର ରେଡ କ୍ରସ ୟୁନିଟ, ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ମିଳିତ ଭାବରେ ଆମ୍ବ,ନିମ୍ବ, ଅଁଳା,କରଞ୍ଜ, କୃଷ୍ଣ ଚୁଡ଼ା, ଶାଗୁଆନ ପ୍ରଭୃତି ପ୍ରଜାତିର ୧୦ ଗୋଟି ଚାରା ରୋପଣ କରଇଥିଲେ । ଶିକ୍ଷକ ଗୋପୀନାଥ ରାଉତ, ବିରେନ୍ଦ୍ର ପାତ୍ର , ବିଶ୍ଵନାଥ ସାହୁ, ଲକ୍ଷ୍ମଣ ଥାନପତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷିକା ଲଳିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।