-+91-9937148622 |
prerana_bgr@rediffmail.com |
Tuesday 21st July 2026 |
R.N.I. Regd No. ODIODI/2010/46693
Breaking News
08-Jul-2023
ତୁଷୁରା,(ପଞ୍ଚାନନ ନାଏକ) ବନବିଭାଗ ପକ୍ଷରୁ ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ତେନ୍ତଲିଖୁଣ୍ଟି ଆଦର୍ଶ ବିଦ୍ୟାଳୟର ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୁଭସ୍ମିତା କୁଅଁର ସଭାପତିତ୍ବ କରିଥିବା ବେଳେ ଗୁଡ଼ଭେଲା ବନପାଲ ମଧୁସୂଦନ ଚାନ୍ଦ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକୃତି ବିନା ମାନବ ସମାଜ ବଞ୍ଚି ପାରିବ ନାହିଁ , ଏଣୁ ପ୍ରକୃତିକୁ ବଞ୍ଚାଇବା ପାଇଁ ଗଛ ଜରୁରୀ ବୋଳି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ବନରକ୍ଷୀ ସୁକାନ୍ତୀ ସରାଫ, କିଷନ ରଣା, ସ୍ବାଧୀନ ମନହିରା, ରୂପାଧର ଆଡଯୁଡେ ଆଦି ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ଥିଲା ।