-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ସମ୍ବଲପୁର( ସଂଜୀବ ପାଣିଗ୍ରାହୀ )
ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କ ଜନ୍ମଦିନ କୁ ସମ୍ବଲପୁରୀ ପ୍ରେମୀ ଙ୍କ ଦ୍ଵାରା ସମ୍ବଲପୁରୀ ଦିନ୍ ଭାବରେ ପାଲନ କରାଯାଉଛି । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର କଚେରୀ ରୋଡରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଲନ କରି ଆସୁଛି । ଚଲିତ ବର୍ଷ ଏଗାର ତମ ସମ୍ବଲପୁରୀ ଦିନ ରେ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ *ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ* ଙ୍କୁ ଭୁବନେଶ୍ଵର ରେ ଭେଟି ନିୟୁତା ଦେଇଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ।
ଏହି ସମୟରେ ରେଙ୍ଗାଲି ବିଧାୟକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଅନ୍ୟତମ ଉପଦେଷ୍ଟା *ଶ୍ରୀଯୁକ୍ତ ନାଉରୀ ନାୟକ* ଆବାହକ *ଭବାନୀଶ ଭୋଇ*, ମୁଖ୍ଯ ସଂଯୋଜକ *ମାନସ ରଞ୍ଜନ ବକ୍ସି*, ସଂଗଠନ ସଂଯୋଜକ *ସୁବୋଧ କୁମାର ଦୋରା* ହୀରାକୁଦ ରେ ସମ୍ବଲପୁରୀ ଦିନ୍ ର ଆୟୋଜନ କମିଟି ସଦସ୍ଯ *ସିମାଞ୍ଚଲ ଖଟେଇ* ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ *ରାଧେଶ୍ୟାମ ବାରିକ* ପ୍ରମୁଖ ଉପସ୍ଥିତ ରହିଥିଲେ।