-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2023
ବରଗଡ଼:-ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ଏମଗଣ୍ଡପାଲି ସ୍କୁଲର କୋଠରୀରେ ଏକ ହନୁମାଙ୍କଡ କ୍ଷତାକ୍ତ ଅବସ୍ଥାରେ ପଡିରହିଥିଲା ।ସେ ତିନଦିନ ହେବା ଅସୁସ୍ଥ ଅନୁଭବ କରିବାରୁ ଆଶ୍ରୟ ପାଇଁ ସ୍କୁଲକୁ ଚାଲି ଆସିଥିଲା ।ଖବର ପାଇ ଆମ ବିଜେପୁର ପ୍ରମେୟ ପ୍ରତିନିଧି ପାଣ୍ଡବ ପଧାନ ଘେଁସ ରେଞ୍ଜ ବନବିଭାଗକୁ ଖବର ଦେବାରୁ ତୁରନ୍ତ ବିଜେପୁର ଦାୟିତ୍ୱ ରେଥିବା ଫରେଷ୍ଟର ରମେଶ ପଧାନଙ୍କ ସମେତ କର୍ମଚାରୀ ଗଣ ପହଞ୍ଚି ପ୍ରାଣୀ ଧନ ବିଭାଗ ଡ଼ାକ୍ତର ଙ୍କୁ ଏନେଇ ଖବର ଦେଇଥିଲେ ।ପରେ ଡାକ୍ତର ସଂଯୁକ୍ତା ସାହୁ ତାଙ୍କ ଟିମ ସହିତ ପହଞ୍ଚି ହନୁମାଙ୍କଡ କୁ ଚିକିତ୍ସା କରିଥିଲେ ।ଗଭୀର ଆଘାତ ହୋଇଥିବାରୁ ତାକୁ ବନବିଭାଗ ମେଲଛାମୁଣ୍ଡାକୁ ଆଣି ଖାଦ୍ୟପେୟ ଦେଇ ରଖାଯାଇଛି ଏବଂ ଆସନ୍ତାକାଲି ପୁଣି ତାର ଅଧିକ ଚିକିତ୍ସା କରାଯିବ ବୋଲି ବନବିଭାଗ ସୂଚନା ଦେଇଛନ୍ତି ।