-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକ ମିଶନ ଶକ୍ତି ଆନୁକୂଲ୍ଯରେ ରେ ମୁରିବାହାଲ କଲ୍ୟାଣ ମଣ୍ଡପ ଠାରେ ବ୍ଯାଙ୍କ ଋଣ ଓ ସୁଧ ଫେରସ୍ତ ବାବଦକୁ ସଚେତନା କାଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ସ୍ବୟଂସହାୟକ ଗୋଷ୍ଟିର ମାଁ , ସିଆରପି , ଏମବିକେ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ମୁରିବାହାଲ ସିଡିପିଓ ସୁପ୍ରଭା ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ଫେଡେରେସନ ସଭାନେତ୍ରୀ ଆରତି କର , ବ୍ଲକ ଫେଡେରେସନ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ , ମୁରିବାହାଲ ସରପଞ୍ଚ ବିଶ୍ବବିହାରୀ ଯୋଷି , ଡିପିସି ଉଜ୍ଜ୍ୱଳ ପୁଟେଲ , ଓଏଲଏମ ବିଏଲସି ବ୍ରଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସ୍ବୟଂସହାୟକ ଗୋଷ୍ଟିର ମାଁ ମାନଙ୍କୁ ବ୍ଯାଙ୍କ ଋଣ ଓ ଋଣ ପରିଶୋଧ ବାବଦକୁ ବୁଝାଇ ଥିଲେ ।