-+91-9937148622 |
prerana_bgr@rediffmail.com |
Thursday 30th July 2026 |
R.N.I. Regd No. ODIODI/2010/46693
Breaking News
04-Jul-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ୮ ଖେଳାଳୀ ବିଦେଶ ମାଟିରେ ବିଭିନ୍ନ ପଦକ ହାସଲ କରିଥିବା ଜଣାଯାଇଛି । ଥାଇଲାଣ୍ଡ ମାଟିରେ ୩ ସ୍ୱର୍ଣ୍ଣ ପଦକ ସହ ଜିଣିଲେ ୬ ବ୍ରୋଂଜ ପଦକ । ଥାଇଲାଣ୍ଡରେ ଅନୁଷ୍ଠିତ ଷଷ୍ଠ ହିରୋସ ତାଇକଣ୍ଡୋ ଚମ୍ପିଆନସିପରେ ୨୨ ଜଣିଆ ଭାରତୀୟ ଟିମସହ ସାମିଲ ହୋଇଥିଲେ ଉକ୍ତ ଖେଳାଳି। ସେମାନଙ୍କ ମଧ୍ୟରୁ ୫୯ କେଜି ବର୍ଗରେ ଅନ୍ୱେଷ ହୋତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ୮୦ କେଜିରୁ ଉର୍ଦ୍ଧ୍ୱ ମହିଳା ବର୍ଗ କୌରଗୀରେ ସ୍ୱର୍ଣ୍ଣ ଏବଂ ପୁମସେରେ ବ୍ରୋଂଜ,୬୭ କେଜି ମହିଳା ବର୍ଗରେ ହରିପ୍ରୀୟା ମିଶ୍ରଙ୍କୁ ସ୍ୱର୍ଣ୍ଣ,୭୮ କେଜି ପୁରୁଷ ବର୍ଗରେ କୁମାର କାସ୍ୟପ ଶଡଙ୍ଗୀଙ୍କୁ ବ୍ରୋଂଜ,୮୦କେଜି ପୁରୁଷ ବର୍ଗରେ ବିଶ୍ୱରଂଜନ ସାହୁଙ୍କୁ ବ୍ରୋଂଜ,୫୮ କେଜି ପୁରୁଷ ବର୍ଗରେ ମନିଷ ମହାନ୍ତୀଙ୍କୁ ବ୍ରୋଂଜ,୪୮ କେଜି ପୁରୁଷ ବର୍ଗରେ କ୍ରିସ କୁଦେଇଙ୍କୁ ବ୍ରୋଂଜ ଏବଂ ୨୯ କେଜି ମହିଳା ବର୍ଗରେ ରାଜଲକ୍ଷ୍ମୀ ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ଜଣାପଡିଛି । ସେହିଭଳି ଭାରତୀୟ ଦଳର ମୁଖ୍ୟ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ବିଦେଶ ମାଟିରେ ଏହି ଓଡିଆ ଖେଳାଳୀଙ୍କ ସଫଳତା ପରେ ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା,ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ଉପାଧ୍ୟକ୍ଷ ନାରାୟଣ ଲୁହା,ଆଇନଜିବୀ, ସାମ୍ବାଦିକ ଶେଷଦେବ ବାରିକ ଏବଂ ରାଧାକାନ୍ତ ବାଘଙ୍କ ସମେତ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।