-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
30-Jun-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗିର ମନୋହରପୁର ଏମ଼.ଇ ସ୍କୁଲ୍ ର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଙ୍କୁ ସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ଙ୍କ ପରିଚାଳନାରେ ଆୟୋଯିତ ଏକ ସ୍ଵତନ୍ତ୍ର ଉତ୍ସବରେ ଅତିଥି ଭାବେ ମନୋହରପୁର ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ ଓ ସାମ୍ବାଦିକ ରଘୁ ନନ୍ଦନ ସିଂହ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ଙ୍କୁ ଫୁଲତୋଡ଼ା ପ୍ରଦାନ କରିବା ସହ ଶ୍ରୀମତୀ ମିଶ୍ର ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ
ମିଶ୍ର ସ୍କୁଲ ର ସହ ଶିକ୍ଷୟିତ୍ରୀ ଚନ୍ଦ୍ରମା ଦାସ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ l ସ୍କୁଲର କିଛି ଛାତ୍ରଛାତ୍ରୀ ସ୍କୁଲ ର ପାରିପାର୍ଶ୍ୱିକ ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ପ୍ରଧାନଶିକ୍ଷତ୍ରୀ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ
ଶେଷରେ ଶିକ୍ଷକ ଭରତ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ l