-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବାଇପାସରାସ୍ତାର ଶିଳାନ୍ୟାସ ୪୩୦କୋଟି ବ୍ୟୟଅଟକଳ,୨୦୨୫ ଅକ୍ଟୋବରରେ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ

30-Jun-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ସହରରେ ଟ୍ରାଫିକସମସ୍ୟା ଦୂରକରିବାକୁ ବହୁଦିନ ହେବ ଦାବି ହୋଇଆସୁଥିବା ବାଇପାସ ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଯାଇଛି । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାର ଶୀଳାନ୍ୟାସ କରିଛନ୍ତି । ବଲାଙ୍ଗୀର ଟିଟିଲାଗଡର ବିଜାଖମନଛକଠାରେ ଜାତୀୟରାଜପଥ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୀଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ପୂର୍ତ୍ତବିଭାଗର ମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ,ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଗଡକାରୀ ଏହି ପ୍ରକଲ୍ପର ଶୀଳାନ୍ୟାସ କରି ଓଡିଶା ରାଜ୍ୟର ପଶ୍ଚିମାଞ୍ଚଳର ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏଠାରେ ବାଇପାସର ଯଥେଷ୍ଟ ଆବଶ୍ୟକତା ରହିଥିଲା । ସ୍ଥାନୀୟ ସାଂସଦ ସଂଗୀତା ତାଙ୍କୁ ଏନେଇ ବାରମ୍ବାର କହିଆସୁଥିଲେ ।

ଆଜି ତାହା ସଫଳ ହୋଇଛି ବୋଲି କହିଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ ରାଜପଥଗୁଡିକର ବିକାଶ କରାଯାଉଛି ସେହିକ୍ରମରେ ଓଡିଶାରେ ମଧ୍ୟ କେନ୍ଦ୍ରସରକାର ବହୁପରିମାଣରେ ଅନୁଦାନ ଦେଉଛନ୍ତି ବୋଲି ଶ୍ରୀ ଗଡକରୀ କହିଥିଲେ । ଜାତୀୟରାଜପଥ ବିଭାଗର ଏଡିଜି ଧର୍ମାନନ୍ଦ ଷଢଙ୍ଗୀ ଅତିଥିମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଶ୍ରୀ ଷଢଙ୍ଗୀ ତାଙ୍କ ବକ୍ତବ୍ୟରେ ଏହି ବାଇପାସ ପାଇଁ ୧୯୦କୋଟି ଟଙ୍କା ଜମିଅଧିଗ୍ରହଣ ସହିତ ମୋଟ ୪୩୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା କହିଥିଲେ । ସେହିପରି ଏହି ପ୍ରକଲ୍ପରେ ମୋଟ ୧୧.୬୭କିମି ରାସ୍ତା ନିର୍ମାଣ ହେବ ଯେଉଁଥିରେ ୩ଟି ରେଲୱେ ଓଭର ବ୍ରିଜ,୨ଟି ଫ୍ଲାଇଓଭର ବ୍ରିଜ, ୨୩ଟି କଲଭର୍ଟ, ୪ଟି ଛୋଟବ୍ରିଜ ରହିବ । ରାସ୍ତାଟି ପିଚୁ କରାଯାଇ ୨ଲେନ ବିଶିଷ୍ଟ ହେବ ଓ ରାସ୍ତାରେ ଆଲୋକ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ପ୍ରକଲ୍ପ କିଭଳି ସମସ୍ତଙ୍କ ସହଯୋଗରେ ଠିକସମୟରେ ସରିପାରିବ ସେଥିପାଇଁ ସମସ୍ତେ ଧ୍ୟାନ ଦେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ । ବିଧାୟକ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ବାଇପାସର ବିଳମ୍ବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ,୨୦୧୩ ମସିହାରେ ଖୋଲାଯାଇଥିବା ବାଇପାସ ଫାଇଲ ୨୦୧୪ପରେ ଆରମ୍ଭ ହୋଇଥିଲା । ଜମିଅଧିଗ୍ରହଣ ଓ ଜଙ୍ଗଲଜମିର ଅନୁମତି ପାଇଁ ବହୁ ବିଳମ୍ବ ହୋଇଛି । ଶେଷରେ ୨୦୨୨ରେ ଏହି ପ୍ରକଳ୍ପର ସଂପୂର୍ଣ୍ଣ ଅନୁମୋଦନ ହୋଇ ଟେଣ୍ଡର ଆରମ୍ଭ ହେବା ସହିତ ଏବେ ୨୦୨୩ରେ ଶୀଳାନ୍ୟାସ ହୋଇଛି ବୋଲି କହିଥିଲେ ।

ବଲାଙ୍ଗୀର ବାଇପାସ ବିଳମ୍ବ ହେବା କାରଣରୁ ସହରରେ ଅନେକଗୁଡିଏ ଦୂର୍ଘଟଣା ଘଟିସାରିଛି ଓ ଧନଜୀବନ ନଷ୍ଟ ହୋଇଛି । ସେଥିପାଇଁ ବଲାଙ୍ଗୀରରେ ଅନେକଥର ଆନ୍ଦୋଳନ ହୋଇଛି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ଜବାବରେ ସଂଗୀତାକୁମାରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ମୋଦୀସରକାର ଅମଳରେ ହିଁ ବଲାଙ୍ଗୀର ଜିଲ୍ଲାର ପ୍ରକଲ୍ପଗୁଡିକ ପାଇଁ ୧୧୫୧ କୋଟି ଟଙ୍କାର ଅନୁଦାନ ଆସିଥିବା ହିସାବ ଦେଇଥିଲେ । ୨୦୧୯ ପରେ ହିଁ କେନ୍ଦ୍ରସରକାରଙ୍କ ପାଖରେ ଦୃଢଦାବୀ ରଖାଯାଇ ଅନୁଦାନ ଅଣାଯାଉଛି । ଏବେ ବଲାଙ୍ଗୀରବାସୀ ଯେଉଁ ବାଇପାସ ଦାବି କରିଆସୁଥିଲେ ତାହା ପୂରଣ ହୋଇଛି ବୋଲି କହିଥିଲେ । ସେହିପରି ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ଲୋଇସିଂହା ବିଧାୟକ ମଧ୍ୟ ଏହି ବାଇପାସ ବଲାଙ୍ଗୀରର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି ବୋଲି କହିଥିଲେ । ଶେଷରେ ଜାତୀୟରାଜପଥ ବିଭାଗର ଚିଫଇଞ୍ଜିନିୟର ତୁଷାରକାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶୀଳାନ୍ୟାସ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ,ଅତିରିକ୍ତ ଏସପି ସୁରେଶ ନାଏକ,ଜାତୀୟରାଜପଥ ବିଭାଗର ବଲାଙ୍ଗୀର ଡିଭିଜନର ନିର୍ବାହୀଯନ୍ତ୍ରୀ ମହମ୍ମଦ ସାହାବାଜ,ଏସଡିଓ ବିରେନ୍ଦ୍ର ମହାପାତ୍ର,ନିର୍ମାଣକାରୀ ସଂସ୍ଥା ଏମ/ଏସ ଦୁର୍ଗା କଣ୍ଡେଭ ପ୍ରାଇଭେଟଲିମିଟେଡର କର୍ମଚାରୀମାନେ,ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି,ମୁକେଶକୁମାର ଜୈନ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ବିଜେପି ଓ କଂଗ୍ରେସକର୍ମିର୍ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like