-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅନ୍ତର୍ଗତ କଲୋନୀ କ୍ଲଷ୍ଟରର ଜି-୨୦ ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପ୍ ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗ ଠାରେ ସି.ଆର୍.ସି.ସି. ଚିନ୍ତାମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମହାମାରୀ କରୋନା ପ୍ରଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭାଷା ଓ ସଂଖ୍ୟାଜ୍ଞାନ ଉପରେ କେତେକ କ୍ଷେତ୍ରରେ ସାଧାରଣ ଦକ୍ଷତା ହାସଲ କରିପାରିନାହାଁନ୍ତି । ତେଣୁ ସେମାନଙ୍କୁ ୨୦୨୬-୨୭ ସୁଦ୍ଧା ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରାଯାଇଥିଲା । ସି.ଆର୍.ସି.ସି. ଶ୍ରୀ ସାହୁ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷକ ଲିଙ୍ଗରାଜ ନନ୍ଦ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଥିଲା ।
କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ବୈକୁଣ୍ଠ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା, ୱାଡ଼ ମେମ୍ବର ଲକ୍ଷ୍ମୀ ଦୀପ, ଶିକ୍ଷୟତ୍ରୀ ବେଦମତି ବୈଇକାର , ଜୟନ୍ତୀ ବଗାର, କାନ୍ତି ଭୋଇ, ଯଶୋବନ୍ତି ସୁନା, ଶିକ୍ଷକ ଦୀପକ ସେନ ଧରୁଆ, ସୁଦର୍ଶନ ଦାଶ, ରାମ ନାରାୟଣ ଦାଶ ତଥା ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।