-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ବ୍ରହ୍ମପୁର(ଝିଲ୍ଲି କୁମାରୀ ସାହୁ ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟନିକଟରେ ଥିବା ଗାୟତ୍ରୀ ବିହାରର ସୁଶାନ୍ତ ମିଶ୍ରଙ୍କ ଘରୁ ଚୋରି କରିଥିବା ୪ ଜଣ ଦୁର୍ବୁତ୍ତଏବେ ପୋଲିସ ହାବୁଡ଼ରେ l ସୂଚନା ଅନୁଯାୟୀ, ସବୁଦିନ ଭଳି ରାତ୍ରିରେ ସୁଶାନ୍ତ ତାଙ୍କ ପରିବାର ଲୋକେ ଉପରଘରେ ଶୋଇଥିବା ବେଳେ,ଗତ ୩୨.୦୫.୨୩ ତାରିଖ ରାତ୍ରିରେ ଦୁର୍ବୁତ୍ତ ମାନେ ତଳ ଘରର ତାଲା ଭାଙ୍ଗି ଆଲମିରା ରୁ ନଗଦ ୨୦ହଜାର ଟଙ୍କା ସହ ୧୦ତୋଳା ରୁପା, ସୁନା, ବ୍ୟାଙ୍କ ଖାତା,ଗୋଟିଏ ଏଟି.ଏମ. କାର୍ଡ,ଚୋରି କରି , ଘରର ଜିନିଷ ପତ୍ର ଏଣେ ତେଣେ ଫୋପାଡ଼ି ଦେଇଥିଲେ l ଏହି ବିଷୟ ନେଇ ସୁଶାନ୍ତ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ l ବଡ଼ଵଜାର ପୋଲିସ ଦ୍ୱାରା କେଶ ରୁଜ୍ଜୁକରାଯାଇ ଘଟଣା ସ୍ଥଳ କୁ ପହଂଚି ସାଇଣ୍ଟିଫିକ ଟିମ ଦ୍ୱାରା ଚୋରି ଘଟଣାର ତଦନ୍ତ
କରାଯାଇ ଥିଲା ସେ ଅଞ୍ଚଳରେ ଲାଗିଥିବା ସି ସି ଟିଭି ଦ୍ୱାରା ଚୋରି କରିଥିବା ଚାରିଜଣ ଦୁର୍ବୁତ୍ତଙ୍କୁ ଚିହ୍ନଟ କରାଯାଇଥିଲା l ଦୁର୍ବୁତ୍ତ ମାନଙ୍କୁ ଧରାଯାଇ ତଦନ୍ତ କରାଯିବାରୁ ଜଣା ପଡିଛି ସେମାନେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି l ସେମାନେହେଲେ ଶଙ୍କର ପରିଡା, (ଶ୍ରୀରାମନଗର ଶାନ୍ତି ମାର୍ଗ ପ୍ରଥମ ଲାଇନ),ବାବୁ ସାହୁ (ନିମଖଣ୍ଡି ରୋଡ ), ରାଜା ପାତ୍ର (ଭବାନୀ ନଗର ପ୍ରଥମ ଲାଇନ ), ଆକାଶ ପଣ୍ଡା (ଫାଷ୍ଟ ଗେଟ କୁମୁଟି ଗଳି ସାହି )ର ବୋଲି ଜଣାପଡିଛନ୍ତି lଧରାଯାଇଥିବା ଦୁର୍ବୁତ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l