-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ମୁରିବାହାଲ (ସୁଦାମ ଚରଣ ବଘାର)
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ର ମୁରିବାହାଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ରେ ମୁରିବାହାଲ ତହସିଲଦାର ସୋନାଲି ପାତ୍ର ଙ୍କ ତତ୍ତ୍ବାବଧାନ ରେ ଗାଁରେ ରାଜସ୍ବ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ୧୭ ଟି ଗ୍ରାମର ବିଭିନ୍ନ ମାମଲା ଗୁଡିକ ସହମତିରେ ଜମି ବିଭାଜନ, ବିବିଧ ପ୍ରମାଣପତ୍ର,ଦାଖଳ ଖାରଜ, କିସମ ପରିବର୍ତ୍ତନ,ଦୁଇଖାନା ସଂଶୋଧନ, ଇ-ପାଉତି ଖଜଣା ଗ୍ରହଣର ଶୁଣାଣି ଏବଂ ଫଇସଲା ସହ ପ୍ରାୟ ୪୨ ଜଣକୁ ପଟ୍ଟା ବଣ୍ଟନ ର କାର୍ଯ୍ୟକ୍ରମ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ରାଜସ୍ବ ନୀରିକ୍ଷକ ହିମାଂଶୁ ଶେଖର ମେହେର, ଗଂରେଇ ଓ ପତ୍ରାପାଲି ରାଜସ୍ବ ନୀରିକ୍ଷକ ଅଭିଜିତ ସାହୁ, ଗୁଡିଘାଟ ଓ ଇଛା ପଡା ରାଜସ୍ବ ନୀରିକ୍ଷକ ସଲମନ ସୁରେନ, ବାଙ୍କେଲ ରାଜସ୍ବ ନୀରିକ୍ଷକ କୋଶଲ ଚନ୍ଦ୍ର ବେହେରା, ଅମିନ ପ୍ରତାପ ଗଡତିଆ, ଗୁଡିଘାଟ ଏଆରଆଇ ହ୍ରୁଦାନନ୍ଦ ବାଗ, ଇଛା ପଡା ଏଆରଆଇ କୁମୁଦ ମେହେର, ମୁରିବାହାଲ ଏଆରଆଇ ବିକାଶ ଚନ୍ଦ୍ର ବେହେରା,ଗଂରେଇ ଏଆରଆଇ ସୋମ୍ଯ ରଂଜନ ସାହୁ, ହଲଦୀ ସଚୀନ ମେଣ୍ଡଳୀ, ଡିଇଓ ରୁସ୍ତମ୍ ମୁଣ୍ଡା, ପ୍ରସେସ ସରଭର ପଂଚାନନ ଭୋଇ, ଚେନ୍ ମେନ୍ ନାରାୟଣ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।