-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||     

HOME   ରାଜ୍ୟ

ରୁଗୁଡିପାଲି ଗାଁରେ ବାଇପାସ ରାସ୍ତାନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଭେଟିଲେ ମହୋତ୍ସବକମିଟି

08-Jun-2023



ବଲାଙ୍ଗିର(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳର ପର୍ଯ୍ୟଟନସ୍ଥଳି ଭୀମପାହାଡ ଏବଂ ଚାନ୍ଦଲୀର ବିଭିନ୍ନ ଉନ୍ନୟନକାମ ତଥା ଅନ୍ୟାନ୍ୟ ସମସ୍ୟା ବିଷୟରେ ଦେଓଗାଁଅଞ୍ଚଳର ଏକ ପ୍ରତିନିଧିମଣ୍ଡଳି ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲାର ଭୀମପାହାଡ ପର୍ଯ୍ୟଟନସ୍ଥଳୀକୁ ପୂର୍ତ୍ତବିଭାଗ ରୋଡରୁ ରୁଗୁଡିପାଲିଦେଇ ଯେଉଁ ଆରଡି ରାସ୍ତା ଯାଇଛି ତାହା ଗ୍ରାମଭିତର ଦେଇ ଯାଇଛି । ଗ୍ରାମଭିତରେ ଏହା ସରୁ ଏବଂ ଅଙ୍କାବଙ୍କା ହୋଇଯାଇଛି । ଫଳରେ ପର୍ଯ୍ୟଟକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି । ତେଣୁ ରୁଗୁଡିପାଲି ଗାଁବାହାରେ ଏକ ବାସପାସ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି । ଏନେଇ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭୁବନେଶ୍ୱର ଯାଇ ଗ୍ରାମ୍ୟଉନ୍ନୟନ ବିଭାଗରମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏହି ଦାବିପତ୍ରରେ ରୁଗୁଡିପାଲି ବାଇପାସ ସମେତ ଭୀମଡୁଙ୍ଗୁରୀ ପାହାଡତଳରୁ ଭୀମକଟା ପର୍ଯ୍ୟନ୍ତ ଯାଇଥିବା ରାସ୍ତାନିର୍ମାଣ କରିବାକୁ ଦାବି କରାଯାଇଛି । ଏହି ରାସ୍ତାହେଲେ ପାର୍କ,କାଫେ ତଥା ଭୀମକଟାର ବୋଟିଂସ୍ଥଳକୁ ପର୍ଯ୍ୟଟକମାନେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି କୁହାଯାଇଛି । ଗ୍ରାମ୍ୟଉନ୍ନୟନ ବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରତିଶୃତି ଦେଇଥିବା ମହୋତ୍ସବ କମିଟି କହିଛନ୍ତି । ସେହିପରି ଭୀମପାହାଡର ଅନ୍ୟାନ୍ୟ ଉନ୍ନୟନକାମ ଓ ଚାନ୍ଦଲୀଠାରେ ଥିବା ମେହେରକଟାର ପୁନଃରୁଦ୍ଧାର କରାଇବା ତଥା ସାଲେପାଲି ଗ୍ରାମପଞ୍ଚାୟତର ନୂତନ ପଞ୍ଚାୟତଗୃହ ନିର୍ମାଣ ପାଇଁ ଅନୁଦାନ ଦାବିକରି ପରିବେଶ ଓ ଜଙ୍ଗଲବିଭାଗ ତଥା ପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ବିଭାଗର ମନ୍ତ୍ରୀ ପ୍ରଦିପ ଅମାତଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ଠିକ ସେହିପରି ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ଏଠିକାର ଐତିହ୍ୟବହନ କରୁଥିବା ସହିଦ ଧରମସିଂ ମାଝୀମାନଧାତାଙ୍କ ଏକ ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ସ୍ୱାଧିନତାସଂଗ୍ରାମର ବହୁପୂର୍ବରୁ ଘୁମୁସର,କଳାହାଣ୍ଡି ଓ ପାଟଣା ଅଞ୍ଚଳରେ କନ୍ଧମେଳି ହୋଇଥିଲା । ସେହି ସମୟରେ ଏହି କନ୍ଧମେଳିରେ ଘୁମୁସରର ଚକୋରା ବିଶୋଇ,ଉର୍ଲାଦାନୀର ରେଣ୍ଡୋ ମାଝୀ ଓ ଆଟଗାଁ ଜମିଦାର ଧରମସିଂ ମାଝୀମାନଧାତା ନେତୃତ୍ୱ ନେଇଥିଲେ । ଐତିହ୍ୟପୂର୍ଣ୍ଣ ଭୀମପାହାଡର ଗୁମ୍ଫା ଥିଲା ଏମାନଙ୍କର ଆଶ୍ରୟସ୍ଥଳି । ଅନେକ ସ୍ଥାନରେ ଚକୋରା ବିଶୋଇ,ରେଣ୍ଡୋ ମାଝୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇସାରିଥିବା ବେଳେ କୌଣସି ସ୍ଥାନରେ ଧରସିଂ ମାଝୀ ମାନଧାତାଙ୍କର ପ୍ରତିମୂର୍ତ୍ତି ବସିପାରିନାହିଁ । ତେଣୁ ଧରସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା ପାଇଁ ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ତାଙ୍କର ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବହୁଦିନରୁ ଦାବି ହୋଇଆସୁଛି । ଏଦିଗରେ ସରକାର ପଦକ୍ଷେପ ନେବେ ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ମଧ୍ୟ ପ୍ରତୃଶୃତି ଦେଇଥିବା ମହୋତ୍ସବ କମିଟି ସୂଚନା ଦେଇଛି । ମହୋତ୍ସବ କମିଟିର ଏହି ପ୍ରତିନିଧିଦଳରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,କମିଟିର ସଭାପତି ପ୍ରମୋଦ ବହିଦାର,ଦେଓଗାଁ ବ୍ଲକର ଯୁବବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ଓ ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026

You Might Also Like