-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
08-Jun-2023
ପାଟଣାଗଡ଼/ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ହେଉଛି ଏକ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ। ଏହି ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ ହୋଇ ନ ଥିବାରୁ ଅବହେଳିତ ଅବସ୍ଥାରେ ଥିଲା। କିନ୍ତୁ ଗତ ବର୍ଷ ଯୁବନେତା ପ୍ରଦୀପ କୁମାର ବେହେରା ସରପଞ୍ଚ ହେବା ପରେ ଏହି ଅଞ୍ଚଳରେ ବିକାଶ କିଛି ପରିମାଣରେ ବଦଳି ଯାଇଛି।
ପଞ୍ଚାୟତକୁ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ବିଧବା ଭତ୍ତା ପାଇଁ ବହୁ କଷ୍ଟରେ ଆସୁଥିବା ବେଳେ ସେସବୁକୁ ଦେଖି ହୃଦୟବାନ ପ୍ରଦୀପ କୁମାର ବେହେରା ଘରେଘରେ ଯାଇ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଅନ୍ୟପଟେ ଲୋକେ କେତେ କଷ୍ଟରେ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବା ପାଇଁ ଆସୁଥିଲେ କିନ୍ତୁ ଏକ ବର୍ଷ ହେଲା ସରପଞ୍ଚ ନିଜସ୍ଵ ଖର୍ଚ୍ଚରେ ଗାଁ ଗାଁରେ ଚାଉଳ ବଣ୍ଟନ କରୁଛନ୍ତି। ଖାଲି ଏତିକି ନୁହେଁ ବାଗଦୋର ପଞ୍ଚାୟତ ରେ ହଜିଯାଇଥିଲା ହରିଶ୍ଚନ୍ଦ୍ର ଯୋଜନା କିନ୍ତୁ ପ୍ରଦୀପ କୁମାର ବେହେରା ସରପଞ୍ଚ ହେବା ପରେ ତାହା କାର୍ଯ୍ୟକାରୀ ହୋଇଯାଇଛି। ଖାଲି ଏତିକିରେ ସୀମିତ ନୁହେଁ ଗମନାଗମନ ସୁବିଧା, ପାନୀୟଜଳ ସମସ୍ୟାର ସମାଧାନ, ଶିକ୍ଷା ଲାଭ ପାଇଁ ସୁବିଧା ଯୋଗାଇଦେବା ପାଇଁ ପ୍ରୟାସ ଚଲାଇଛନ୍ତି ।