-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ: ଜୀବନ ପ୍ରତି ବିପଦ 

08-Jun-2023



ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ବ୍ରହ୍ମପୁର ସହରରେ ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଉକ୍ତ ଖୁଣ୍ଟରେ ଥିବା ବିଦ୍ୟୁତ ତାର ଗୁଡ଼ିକ ଝୁଲି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ବହୁ ଲୋକ, ପଶୁପକ୍ଷୀ ଉକ୍ତ ତାର ସଂସ୍ପର୍ଶରେ ଆସି ଜୀବନ ହାନି ଘଟିବା ସହ ବିପଦ ସୃଷ୍ଟି କରୁଛି। ଏପରିକି ବହୁ ଦୂର ଦୂରରେ ଖୁଣ୍ଟ ପୁତା ହୋଇଥିବାରୁ ତାର ଗୁଡ଼ିକ ଝୁଲି ରହିଛି। କେତେକ ସ୍ଥାନରେ ଦୁଇ ଖୁଣ୍ଟି ମଝିରେ ଥିବା ଗଛରେ ବିଦ୍ୟୁତ୍ ତାର ଗୁଡାଇ ହୋଇ ରହିଥିବା ବେଳେ କେତେବେଳେ ଯେ ବିଦ୍ୟୁତ୍ ପ୍ରଭାବିତ ହୋଇ ଗଛ ଦ୍ବାରା ଉକ୍ତ ରାସ୍ତା ଦେଇ ଯାଉଥିବା ଜୀବନ ପ୍ରତି ବିପଦର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ପ୍ରକାଶ ଥାଉ କି ତଳ ଦିନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ମାଙ୍କଡ଼, ଦୁଇଟି ପକ୍ଷୀ, ଏକ ବାଛୁରୀ ବହୁ ଗାଇଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ନଜିର୍  ରହିଛି। ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ କେତେବଳେ ଯେ ମନୁଷ୍ୟ ଜୀବନ ଚାଲିଯିବ ତାହା କହିହେବନାହିଁ...। ଏହାକୁ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡୁଛି ବିଦ୍ୟୁତ୍ ଶୁଳ୍କ ଆଦାୟରେ ପ୍ରାଥମିକତା ଦେଉଥିବା ଟି.ପି.ଏସ.ଓ.ଡି.ଏଲ୍ କମ୍ପାନୀ ବିପର୍ଯ୍ୟସ୍ତ ତଥା ବିପଦ ଜନକ ଅବସ୍ଥାରେ ଥିବା ଭିତ୍ତିଭୂମି ସଜାଡିବା ଦିଗରେ ଆଦୌ ଦୃଷ୍ଟି

ଦେଉ ନ ଥିବାର ପରିଲକ୍ଷିତ ହେଉଛି। ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ୱାର୍ଡ ନମ୍ବର ୨୬ ସ୍ଥିତ ନିଳକଣ୍ଠନଗର ୩ୟ ଓ ଏହାର ଆଖପାଖ ଗଳିରେ। ନିଳକଣ୍ଠ ନଗର ୩ୟ ଗଳିର ବିଦ୍ୟୁତ ଖୁଣ୍ଟ ଓ ୧୧କେଭି ତାର ଗୁଡିକ ଅତି ବିପଦଜନକ ଅବସ୍ଥାରେ ଥିବା ଦେଖାଦେଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏହାର ପ୍ରତିକାର କରୁ ନଥିବାରୁ ସାହିବସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସାହିବସିନ୍ଦାଙ୍କ କହିବା ଅନୁଯାୟୀ କିଛି ବର୍ଷ ତଳେ କୌଣସି ଏକ ଭାରି ଯାନ ଧକ୍କାରେ ବିଦ୍ୟୁତ୍‍ ଖୁଣ୍ଟଟି ଢଳି ପଡ଼ିଥିଲା ଦୀର୍ଘ ଦିନ ବିତିିଯିବା ସତ୍ତ୍ୱେ ନୂତନ ଖୁଣ୍ଟ ଲଗାଇବାର ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ବିପଦ ଜନକ ଅବସ୍ଥାରେ ଖୁଣ୍ଟଟି ଝୁଲି ରହିଛି । ସେହିଭଳି ନିଳକଣ୍ଠ ନଗର ୩ୟ ଗଳି ଛକରେ ଏକ ଇଲେକ୍ଟ୍ରିକ୍ କେବୁଲକୁ ବିଭିନ୍ନ ଜାଗାରେ ଯୋଇଣ୍ଟ କରି  ୨ଟି ନଡ଼ିଆ ଗଛରେ କଣ୍ଟା ଦେଇ ଟଙ୍ଗା ଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୃଶ୍ୟ ଦେଖିଲେ ଧନଜୀବନ ହାନି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରୁଛନ୍ତି। ସେହିଭଳି ୪ର୍ଥ ଗଳିରେ ବହୁ ଦୂର ଦୂରରେ ଖୁଣ୍ଟ ପୁତା ହୋଇଥିବାରୁ ତାର ଗୁଡ଼ିକ ଝୁଲି ରହିଛି। କୌଣସି ଅଘଟଣ ଘଟିବା ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଆଶୁ ପ୍ରତିକାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like