-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
08-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅବକାରୀ ବିଭାଗ ଲୋଇସିଂହା ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ବିପୁଳ ପରିମାଣ ର ଚୋରା ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ମାନେ ହେଲେ ଲୋଇସିଂହା ର ଚତୁର୍ଭୁଜ ବିଶୋଇ ଓ ଦୀପକ ସୁନା l ଏ ମାନଙ୍କ ଠାରୁ 70 ଲିଟର ଦେଶୀ ଖୋଲା ମଦ ଜବତ କରାଯାଇଛି l ପୂର୍ବରୁ ଏହି ଅଞ୍ଚଳ ରେ ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିବାରୁ ଅବକାରୀ ବିଭାଗ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଲୋଇସିଂହା ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର, ସୁରେଶ ଭୋଇ ,ସୁନେଲି ପ୍ରଧାନ, ନିରଞ୍ଜନ ସାହୁ, ଅଜିତ ସାହୁ ଙ୍କ ସହିତ ଅନ୍ୟ କର୍ମଚାରୀ ମାନ ଉପସ୍ଥିତ ଥିଲେ l