-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
07-Jun-2023
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ବାହାନାଗା ଠାରେ ଟ୍ରେନ ଦୁର୍ଘଟଣାରେ ଆହତ ମାନଙ୍କ ପାଇଁ ଉଲୁଣ୍ଡା ହାଟପଦା ସ୍ଥିତ ନୂତନ କଲ୍ୟାଣ଼ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏହି ଶିବିରକୁ ସମାଜସେବୀ ବସୁଦେବ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସମାଜସେବୀ ସ୍ୱରୁପ ପାତ୍ର, ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହିଶିବିରରେ ଜଣେ ମହିଲା ସମେତ ୩୩ ଜଣ ରକ୍ତଦାନ କରିଥିଲେ । ଉଲୁଣ୍ଡା ଦାକ୍ତରଖାନାରୁ ଡ. ବିଶ୍ୱନାଥ ମେହେର ଯୋଗଦେଇ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସୋନପୁର ରକ୍ତ ଭଣ୍ଡାରରୁ ଟିଟୁ ଭୋଇ, ଜଗତ ଦରୁଆନ ଏବଂ ଟଙ୍କଧର କୁମର ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।