-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଇନ୍ଦିରାନଗର ପରେ ପୃଥ୍ୱୀରାଜ ଗୋଶାଳା ଉପରେ ପ୍ରଶାସନର ନଜର ନୂଆକୋର୍ଟ ବିଲଡିଂନିର୍ମାଣ ପ୍ରସଙ୍ଗରେ ବିବାଦରେ ପ୍ରଶାସନ,ହାଇକୋର୍ଟରେ ମାମଲା

07-Jun-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ସିଭିଲକୋର୍ଟରେ ସ୍ଥାନାଭାବ । ନୂଆ ନୂଆ କୋର୍ଟ ଖୋଲୁଛି ତେଣୁ ଏଥିପାଇଁ ନୂଆ ନୁଆ କୋର୍ଟବିଲଡିଂର ଆବଶ୍ୟକତା ରହିଛି । ହେଲେ ଦୀର୍ଘ ଏକବର୍ଷ ହେଲା ନୂତନକୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ପ୍ରଶାସନ ଜବରଦଖଲମୁକ୍ତ ସରକାରୀ ଜମି ଯୋଗାଇଦେଇପାରୁନି । ଯେଉଁ ଜମି ଚିହ୍ନଟ କରି ପ୍ରଶାସନ କୋର୍ଟକୁ ରିପୋର୍ଟ ଦେଉଛି ସେହିସବୁ ଜମି ଜବରଦଖଲରେ ରହିଛି । ପୂର୍ବରୁ ଜିଲ୍ଲାପାଳ ଇନ୍ଦିରାନଗରରେ ଜବରଦଖଲମୁକ୍ତ ଜମିଥିବା ଦର୍ଶାଇ ୫ଏକର ଜମି କୋର୍ଟ ବିଲ୍ଡିଂ ପାଇଁ ଦିଆଯିବାକୁ ଚିହ୍ନଟ କରିଥିଲେ । ହେଲେ ସେତେବେଳେ ଜିଲ୍ଲାପାଳ ରାଜ୍ୟସରକାର ତଥା କୋର୍ଟକୁ ମିଥ୍ୟାରିପୋର୍ଟ ଦେଇଥିଲେ । ଯେଉଁଜମି ଜବରଦଖଲମୁକ୍ତ ବୋଲି ଦର୍ଶାଇଥିଲେ ସେହି ଜମିଉପରେ ଦୀର୍ଘ ୪୦ବର୍ଷ ହେଲା ଶହଶହ ପରିବାର ଘରକରି ରହିଆସୁଛନ୍ତି । ଖୋଦ ପୌରପାଳିକାର ଅନେକ ଯୋଜନା ଯଥା

ସ୍କୁଲଘର,ଅଙ୍ଗନୱାଡିଘର,କ୍ଲବଘର,କଂକ୍ରୀଟରାସ୍ତା,ବିଦ୍ୟୁତକରଣ ଇତ୍ୟାଦି ହୋଇଛି । ତଥାପି କୌଣସି ଜବରଦଖଳ ନାହିଁ ବୋଲି ପ୍ରଶାସନ ରିପୋର୍ଟ ଦେଇଥିଲା ଓ ଶେଷରେ ଲୋକଙ୍କ ପ୍ରତିବାଦ ପରେ ସେହି 
ଠକାମି ଧରାପଡିଲା । ଏବେ ପ୍ରଶାସନ ଇନ୍ଦିରାନଗରରୁ ଧ୍ୟାନ ହଟାଇ ପହଞ୍ଚିଛି ବଲାଙ୍ଗୀର ସହର ତଥା ଓଡିଶାର ସର୍ବପୁରାତନ ଗୋଶାଲାକୁ । ଦୀର୍ଘ ୧୦୪ ବର୍ଷ ଧରି ରହିଆସିଥିବା ଗୋଶାଲା ଥିବା ଜମିରେ କୋର୍ଟ ବିଲ୍ଡିଂ ନିର୍ମାଣ କରିବାକୁ ରାଜ୍ୟସରକାର ତଥା କୋର୍ଟକୁ ପ୍ରସ୍ତାବ ଦେଇଛି । ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ଓ ଏହାର ପ୍ରତିବାଦରେ ପୃଥ୍ୱୀରାଜ ଗୋଶାଳାର ପରିଚାଳନା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ଆସନ୍ତା ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନୋଟିସ କରିଥିବା ଜଣାଯାଇଛି । 
   ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ପାଟଣାଗଡଜାତ ରାଜ୍ୟ ସମୟରେ ୧୯୧୯ ମସିହାରେ ରାଜାଙ୍କ ଦେୱାନ ଦେଓରାଜ ଆନନ୍ଦ  ଲର୍କିପାଲି ମୌଜାର ୫ଏକର ଜମିରେ ଏକ ଗୋଶାଲା ନିର୍ମାଣ କରାଇଥିଲେ । ସେହି ଗୋଶାଲାକୁ ମହାରାଜା ପୃଥ୍ୱୀରାଜ ସିଂଦେଓଙ୍କ ସମ୍ମାନାର୍ଥେ ମହାରାଜାଙ୍କ ନାମରେ ନାମିତ କରିଥିଲେ । ସେହିଦିନରୁ ଆଜି ପର୍ଯ୍ୟନ୍ତ ୧୦୪ବର୍ଷ ଧରି ସେହି ଜମିରେ ପୃଥ୍ୱୀରାଜ ଗୋଶାଲା ଚାଲିଆସୁଛି । ସ୍ୱାଧିନତା ପରେ ରାଜାମାନଙ୍କ କ୍ଷମତା ଚାଲିଗଲାପରେ ଏହାର ପରିଚାଳନାରେ ଅସୁବିଧା ଦେଖାଦେବାରୁ ଏହି ଗୋଶାଲାକୁ ପରିଚାଳନା କରୁଥିବା କମିଟି ୧୯୫୭ ମସିହାରେ ଏହାକୁ (ସୋସାଇଟି ରେଜିଷ୍ଟ୍ରେସନ ଏକ୍ଟ ୧୮୬୦)ରେ

ପଞ୍ଜିକରଣ କରିଥିଲେ । ପୃଥ୍ୱିରାଜ ଗୋଶାଲା ୨୦୦/୨୨ ତା ୨୦.୦୯.୧୯୫୭ରେ ପଞ୍ଜିକୃତ ହୋଇଛି ।  ବଲାଙ୍ଗୀର ସହର ତଥା ଆଖାପାଖର ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏହି ଗୋଶାଲା ପରିଚାଳିତ ହେଲା । ପରେ ଗୋଶାଲାର ସମ୍ମୁଖଭାଗରେ ୮ଟି ଷ୍ଟଲ ନିର୍ମାଣ କରାଯାଇଛି । ସେହିଷ୍ଟଲକୁ ବ୍ୟବସାୟୀଙ୍କୁ ଭଡାରେ ଦିଆଯାଇଛି । ଷ୍ଟଲଭଡା ତଥା ଗୋସାଲାରୁ ଉତ୍ପାଦିତ କ୍ଷୀରବିକ୍ରୀରୁ ଯେତିକି ଅର୍ଥ ଆୟ ହୁଏ ସେଥିରେ ଗାଈମାନଙ୍କ ଖାଦ୍ୟକିଣିବା ଓ ଗାଈମାନଙ୍କ ସେବାପାଇଁ ନିଯୁକ୍ତ କର୍ମଚାରୀଙ୍କୁ ଦରମାଦେବାରେ ଅଣ୍ଟେନାହିଁ । ବଦାନ୍ୟବ୍ୟକ୍ତିଙ୍କ ଦାନରେ ଏହି ଗୋଶାଲା ଆଜି ମଧ୍ୟ ପରିଚାଳିତ । ୧୯୧୯ ମସିହାରୁ  ଦୀର୍ଘ ୧୦୪ ବର୍ଷ ଧରି ପରିଚାଳିତ ହୋଇଆସୁଥିବା ଏହି ଗୋଶାଲା ଉପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ନଜର ପରିଛି । ଗୋଶାଲକୁ ଭାଙ୍ଗି ଏଠାରେ ବଲାଙ୍ଗୀର ସିଭିଲକୋର୍ଟର ନୂଆ ବିଲଡିଂ ନିର୍ମାଣ କରାଇବାକୁ ରାଜ୍ୟସରକାରଙ୍କୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି । ବଲାଙ୍ଗୀର ତହସିଲ ଲର୍କିପାଲି ମୌଜାର ଖାତାନମ୍ବର-୩ର ପ୍ଲଟନମ୍ବର ୩୦୦୨ର ୫ଏକର୯୩୮ ଡେସିମିଲ ଜମିକୁ ପ୍ରଶାସାନ ନୂତନ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ଦେବାକୁ ପ୍ରସ୍ତାବ କରୁଛି । ଫଳରେ ପ୍ରଶାସନର ଏଭଳି କାର୍ଯ୍ୟକଳାପରେ ପୃଥ୍ୱୀରାଜ ଗୋଶାଲାର ପରିଚାଳନା କମିଟି ଗଭୀର ଉଦବେଗ ପ୍ରକାଶ କରିଛି । ପରିଚାଳନା କମିଟିର ସଭାପତି ସିଏ ନରେନ୍ଦ୍ରକୁମାର ଜୈନ ଏନେଇ କହିଛନ୍ତି ଯେ,ପ୍ରଶାସନର ଏହି ବେଆଇନ ନିଷ୍ପତ୍ତି ବିରୁଦ୍ଧରେ ଆମେ ହାଇକୋର୍ଟରେ ଆବେଦନ କରିଛୁ । ମାନ୍ୟବର ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଶ୍ରୀ ଜୈନ କହିଛନ୍ତି ଯେ,ପୃଥ୍ୱୀରାଜ ଗୋଶାଲା ବଲାଙ୍ଗୀରବାସୀଙ୍କ ପାଇଁ ଏକ ଐତିହାସିକ ସ୍ଥଳି । ଦୀର୍ଘ ୧୦୪ ବର୍ଷ ହେଲା ଏଠାରେ ଗୋସେବା କରାଯାଇ ଆସୁଛି । ଏବେ ମଧ୍ୟ ୨୦୦ରୁ ଉର୍ଦ୍ଧ୍ୱ ଗାଈ ରହିଛନ୍ତି । ୨୦ଜଣ ଲୋକ ନିଯୁକ୍ତ ହୋଇ ନୀତମିତ ସେମାନଙ୍କର ସେବା କରି ଜୀବିକା ନୀର୍ବାହ କରୁଛନ୍ତି । ୨୦୨୨ ମସିହାରେ ପୌରପାଳିକା ପୃଥ୍ୱୀରାଜ ଗୋଶାଲା ପରିଚାଳନା କମିଟି ସହିତ ଚୁକ୍ତି କରି ବୁଲାଗାଈମାନଙ୍କୁ ଆଣି ମଧ୍ୟ ରଖାଯାଉଛି । ସେହିପରି ଗୋସେବା ପାଇଁ ସମର୍ପିତ ଥିବା କର୍ତ୍ତବ୍ୟ ଫାଉଣ୍ଡେସନ ମଧ୍ୟ ଅସହାୟ ବୃଦ୍ଧ/ବୃଦ୍ଧା ଗାଈ ତଥା ଦୁର୍ଘଟଣାରେ ଆହତ  ଗାଈଙ୍କୁ ଆଣି ଏଠାରେ ନିର୍ମିତ ଏକ ସ୍ୱତନ୍ତ୍ରସେଡରେ ରଖି ସେବାଯତ୍ନ କରୁଛନ୍ତି । ଓଡିଶାର ରାଜ୍ୟପାଳ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଗୋଶାଲାକୁ ପରିଦର୍ଶନ କରି ପ୍ରଶଂସା କରିଛନ୍ତି । ତେଣୁ ଏଭଳି ଏକ ମହତସେବା କାମ ଚାଲୁଥିବା ସଂସ୍ଥାକୁ ହଟାଇ ସେହି ଜମିରେ କୋର୍ଟ ନିର୍ମାଣକୁ ବହୁବୁଦ୍ଧିଜୀବି ନାପସନ୍ଦ କରୁଛନ୍ତି । ଜିଲ୍ଲାପ୍ରଶାସନ ଏହାର ପୁନଃର୍ବିଚାର କରିବାକୁ ଜନସାଧାରଣରେ ଦାବି ହେଉଛି । ଏନେଇ ଅତିରିକ୍ତ ଜିଲ୍ଲପାଳ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ସେହିଜମିର ରେକର୍ଡ ଗୋଶାଲା ନାମରେ ନାହିଁ ଏବେ ମଧ୍ୟ ପୂର୍ତ୍ତବିଭାଗ ନାମରେ ଆରଓଆର ରହିଛି । ଆମେ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଇଛୁ । ତାହା କୋର୍ଟକୁ ବିଚାରପାଇଁ ଗଲାଣି । କୋର୍ଟ ଏବଂ ରାଜ୍ୟସରକାର ଏହା ଉପରେ ଯାହା ନିସ୍ପତି ନେବେ ତାହା କରାଯିବ ବୋଲି ଶ୍ରୀ ଧରୁଆ କହିଛନ୍ତି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like