-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
05-Jun-2023
ଭୁବନେଶ୍ବର: ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ୪୨୦୦ ଟଙ୍କା ଗ୍ରେଡ ପେ ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଗତକାଲି ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲାସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ
ଏବଂ ଆବାହକ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ ଉପସ୍ଥାପନ କରିଥିଲେ l ସର୍ବସମ୍ମତି କ୍ରମେ ପାରିତ ନିଷ୍ପତ୍ତି ଅନୁସାରେ , ଜୁନ ଏକ ତାରିଖ ଠାରୁ ଚାଲିଥିବା ମିଳିତ ଅମଲା ମଞ୍ଚର ଆନ୍ଦୋଳନ କୁ ପ୍ରତ୍ୟାହାର ନ କରି ଆନ୍ଦୋଳନ କୁ ଜାରି ରଖିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା l
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଅମଲା ସଂଘର ରାଜ୍ୟ ଅଧ୍ୟକ୍ଷ ହୃଦୟ ବିହାରୀ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ପ୍ରସନ୍ନ କୁମାର ତ୍ରିପାଠୀ, ଓଡ଼ିଆ ରାଜସ୍ୱ ଅମଲା ସଂଘର ରାଜ୍ୟ ଅଧ୍ୟକ୍ଷ ଲୋକେଶ୍ୱର ସାହୁ, ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ଓଡିଶା ନିବନ୍ଧନ ଅମଲା ସଂଘ ରାଜ୍ୟ ସଭାପତି ବିଭୁଦତ୍ତ ବାରିକ, ନିଖିଳ ଓଡିଶା ଟ୍ରେଜେରୀ ଅମଲା ସଂଘର ରାଜ୍ୟ ସଭାପତି ସମର କାନୁନଗୋ, ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l