-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
05-Jun-2023
ବ୍ରହ୍ମପୁର(ଝିଲ୍ଲି କୁମାରୀ ସାହୁ): ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା କୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା କରାଯାଥିଲା । ସ୍ଥାନୀୟ ଗାନ୍ଧୀ ଛକ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ କ୍ୟାଣ୍ଡେଲ ଜାଳି ଦୁଇ ମିନଟ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ। ବାହାନଗା ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ରେ ଥିବା ସ୍ଥାନୀୟ ସାମ୍ବାଦିକ ଓ ସେଠାକାର ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦୁର୍ଘଟଣାରେ ଶିକାର ଲୋକ ମାନଙ୍କ ପାଇଁ ଅତିଆବଶ୍ୟକ ଥିବା ରକ୍ତର ଅଭାବକୁ ଦୂର କରିବା ପାଇଁ ଜନସାଧାରଣ ହାତ ବଢ଼ାଇ ଯେଉଁ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ସେହି ସତସାହସୀ ବ୍ୟକ୍ତିତ୍ୱ ମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ନିସ୍ଵାର୍ଥ କର୍ମ ତତ୍ପରତା ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ରକ୍ତସଙ୍କଟ ଦୂର କରିବା ପାଇଁ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ବୁଧବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ବରିଷ୍ଟ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ଏହି ଶୋକ ସଭାରେ ବ୍ରହ୍ମପୁରର ବରିଷ୍ଟ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ଜଗନ ମୋହନ ମହାପାତ୍ର, ମନୋଜ କାନ୍ତ ଦାସ, ନାରାୟଣ ମହାଙ୍କୁଡ଼, ସମୀର ଆଚାର୍ଯ୍ୟ, ସୁଦୀପ ସାହୁ, ଶିବରାମ ଚୌଧୁରୀ, ଦଣ୍ଡପାଣି ପ୍ରଧାନ, ଆଶିର୍ବାଦ ରାଉତ, ଗୋପାଳ ରେଡ୍ଡୀ, ପିତାମ୍ବର
ନାହାକ, ସନ୍ୟାସୀ ଗୌଡ଼, ସୁବ୍ରମଣ୍ୟମ ସ୍ୱାମୀ, କିରଣ ମିଶ୍ର, ସ୍ଵାଧୀନ ସାହୁ, ଉମା ଶଙ୍କର ମିଶ୍ର, ଶିବ ପଣ୍ଡା, ଅନନ୍ତରାମ ପ୍ରଧାନ, ଶୁଭେନ୍ଦୁ ସାହୁ, ନରସିଂହ ଡାକୁଆ, ଲଡୁ କିଶୋର ପାତ୍ର, ହିମାଂଶୁ ସାବତ, ଗୌରୀ ଶଙ୍କର ମିଶ୍ର, ନିର୍ମଳ ସାହୁ, ପ୍ରଶାନ୍ତ ପ୍ରତିନିଧି, ରୂପକ ମହାନ୍ତି, ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, କୋମଲୀ, ଅଭିଜିତ କର, ସଞ୍ଜୟ ସାହୁ, ବିଘ୍ନରାଜ ମହାପାତ୍ର , ସୁଶାନ୍ତ ସାବତ ମହେଶ ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ ସାମ୍ବାଦିକ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ l