-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
03-Jun-2023
ନାକଟିଦେଉଳ (କନ୍ଦର୍ପ ବେହେରା):ନାକଟିଦେଉଳ ବ୍ଲକ୍ କଞ୍ଚନପୁର ଗ୍ରାମରେ ଆଜି ଅପରାହ୍ନ ୩ଟା ବଜ୍ରାଘାତରେ ଜନୈକ ନାବାଳକ ସମେତ ୪ ଟି ଛେଳି ମ୍ରୁତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି ା
ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ଲିଙ୍ଗରାଜ କିସାନଙ୍କ ପୁଅ କବିଲାସ କିସାନ (୧୪) ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରାଘାତରେ ଅଚେତ ହୋଇ ପଡ଼ିଥିଲେ ା ତାଙ୍କୁ ତୁରନ୍ତ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ମ୍ରୁତ୍ୟୁବରଣ କରିଥିବା ସୂଚନା ଦେଇଥିଲେ ା ଏହା ପରିବାରର ୪ଟି ଛେଳି ମଧ୍ୟ ବଜ୍ରାଘାତରେ ମ୍ରୁତ୍ୟୁବରଣ କରିଥିବା ଜଣା ପଡ଼ିଛି ା ମ୍ରୁତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ ପ୍ରଶାସନ ସହଯୋଗ କରିବାକୁ ଦାବୀ ହେଉଛି ା