-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ ( କଳାହାଣ୍ଡିର ୪୦ ମଣ୍ଡଳକୁ ଅଧ୍ୟକ୍ଷା ସୁନୀତି ମୁଣ୍ଡଙ୍କ ୪୦ ଦିନ ପ୍ରବାସ )

02-Jun-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି । ସ୍ଥାନୀୟ ମିଡ଼୍‌ଟାଉନଠା୍‌ରେ ଅପରାହ୍ନ ୪ଘଟିକାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା । କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା ।

ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି । କଳାହାଣ୍ଡିକୁ ପ୍ରତି ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଏକ ମଣ୍ଡଳ ଭାବରେ ଅଭିହିତ କରି ପ୍ରତି ମଣ୍ଡଳରେ ଦିନେ ଲେଖାଏଁ ଏହି ଅଭିଯାନର ମୁଖ୍ୟ ପୁରୋଧା ଡ. ସୁନୀତି ମୁଣ୍ଡ୍ ପ୍ରବାସ କରିଥିଲେ । ମେ ୨୩ ତାରିଖରୁ ଏହି ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନଗର ମଣ୍ଡଳ, କେସିଙ୍ଗା ନଗର ମଣ୍ଡଳ, ବୋରିଆ, ଉତ୍କେଲା, କଶୃପଡ଼ା, ଜୋରାଡ଼ବ୍ରା, କର୍ଲାମୁଣ୍ଡା, ବିଶ୍ୱନାଥପୁର, ଲାଞ୍ଜିଗଡ଼, ମ.ରାମପୁର, ନର୍ଲା, ରୁପ୍ରା, ସରିଆ, ଥୁ.ରାମପୁର, ଡୁମେରପଦର, କୁଟୁରୁଖମା, ଜୁନାଗଡ଼ ନଗରମଣ୍ଡଳ, ନାନ୍ଦୋଳ, ଆଟି ଗାଁ ମଣ୍ଡଳ, ଦଶପୁର, କେ ଗାଁ, ବୋର୍ଡ଼ା, କର୍ଲାପଡ଼ା, ଗୋଲାମୁଣ୍ଡା, ଦାସୀ ଗାଁ, କଲମପୁର, ହାବସପୁର, ମୋଟେର, ବିଜମରା, ଆମପାଣି, କୋକସରା, ବଡ଼କର୍ଲାକୋଟ, ଜୟପାଟଣା, ବାନେର, ପର୍ଲା, ଟିପିଗୁଡା, ଧର୍ମଗଡ଼ ନଗର ମଣ୍ଡଳ, ଖଇରପଦର, ଦେପୁର, ମୋହନଗିରି ଆଦି ୪୦ଟି ମଣ୍ଡଳକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସମବେତ ଭାବରେ ସ୍ୱର ଉଠାଇବାକୁ ପ୍ରେରିତ କରିଥିଲେ । “ଗାଁକୁ ଚାଲ” ଡାକରା ସହିତ ଏହି ଅଭିଯାନର ମୁଖ୍ୟ ସ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’,

‘ଆମର ଲକ୍ଷ୍ୟ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ ଗୁଡିକ ନିଆଯାଇଥିଲା । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୫କିଲୋମିଟର ଭିତରେ ଥିବା ୮ ରୁ ୧୧ଟି ପଂଚାୟତର ବିଭିନ୍ନ ସଂଗଠନ ଓ ନେତୃମଣ୍ଡଳୀଙ୍କୁ ଭେଟିବା ସହିତ ସ୍ଥାନୀୟ ମୁଖ୍ୟ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରିଥିଲା । ପ୍ରାୟତଃ ଅଧିକାଂଶ ସ୍ଥାନରେ ପିଇବା ପାଣିର ସମସ୍ୟା, ରାସ୍ତାଘାଟ ସମସ୍ୟା, ସ୍ୱାସ୍ଥ୍ୟ ସୁବିଧା ଉପଲବ୍‌ଧ ନଥିବା, ଦୁର୍ଗମ ଅଂଚଳରେ ବିଦ୍ୟୁତ କାଟ ଯୋଗୁଁ ମାସ ମାସ ଧରି ଲୋକେ ଅନ୍ଧାରରେ ରହୁଥିବା ଲକ୍ଷ୍ୟ କରାଯାଇଥିଲା । ବିଦ୍ୟୁତ ସରୋବରାହରେ ବ୍ୟାଘାତ ଯୋଗୁଁ ଉଠା ଜଳସେଚନରେ  ଅସୁବିଧା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି । ଲାଞ୍ଜିଗଡ଼ ବିଧାନସଭା ଅନ୍ତର୍ଗତ ଅଧିକାଂଶ ସ୍ଥାନ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ମୋହନଗିରି ଅଂଚଳରେ ମୋବାଇଲ ନେଟ୍‌ୱର୍କ ଅସୁବିଧା ଯୋଗୁଁ ଲୋକେ ଟେଲି କମ୍ୟୁନିକେଶନର ସୁବିଧାରୁ ବଂଚିତ ରହିଛନ୍ତି । ଜୁନାଗଡ଼ ବିଧାନସଭାର କେ ଗାଁ ତଥା ଗୋଲାମୁଣ୍ଡା ଅଂଚଳରେ ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ସରକାର ପାଣିକୁ ପରୀକ୍ଷା କରି ସ୍ଥାନୀୟ ଜନସାଧାରଣଙ୍କୁ ଉପଯୋଗୀ ଶୁଦ୍ଧ ପିଇବା ପାଣି ଯୋଗାଇବା ନିତାନ୍ତ ଜରୁରୀ ହୋଇଛି । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍‌ତା, କଳାକାର ଭତ୍‌ତାରେ ଅନେକ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିବା ତଥା ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା ବୋଲି ଡଃ ମୁଣ୍ଡ କହିଛନ୍ତି । 

ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା । ୪୦ ଦିନ ଧରି ନିରନ୍ତର ଚାଲିଥିବା ଏହି ଅଭିଯାନକୁ ‘ଗାଁକୁ ଚାଲ’ ନାମକରଣ କରାଯାଇଥିଲା । ଆଧୁନିକ ଚାକଚକ୍ୟର ବଶବର୍ତୀ ହୋଇ ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ କଳାହାଣ୍ଡି ବିକାଶ ପରିଷଦ ଲୋକଙ୍କୁ ଗ୍ରାମାଭିମୁଖି କରିବା ସହିତ ନିଜ ଜୀବନର ଅନୁଭୂତିକୁ ଗାଁରେ ନିୟୋଜିତ କରିବାକୁ ପରୋକ୍ଷରେ ପ୍ରେରିତ କରାଯାଇଥିଲା । ଭାରତର ଆତ୍ମା ଗାଁରେ ଅଛି ଏଣୁ ପ୍ରଥମେ ଗାଁକୁ ସୁଦୃଢ଼ କରିବାକୁ ହେବ । ଏହି ଅଭିଯାନରେ ଡଃ ମୁଣ୍ଡ୍‌ଙ୍କୁ ଗ୍ରାମବାସୀ ସହଯୋଗ କରିବା ସହିତ ଏହି ସାଧୁ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like