-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ଜିଏ ବିଭାଗ ପକ୍ଷରୁ ଏକ ନିଯୁକ୍ତି ପ୍ରକାଶ ପାଇଛି । ରାଜ୍ୟ ପୂର୍ତ୍ତ ବିଭାଗର ସ୍ଵତନ୍ତ୍ର ସଚିବ ଥିବା ବିମଳେନ୍ଦୁ ରାୟ (ଓ ଏ ଏସ ସିନିଅର ) ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପୁର୍ବରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅବୋଲି ସୁନିଲ ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବା ପରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା l ଶ୍ରୀ ରାୟ ସୁନ୍ଦରଗଡ଼ ଜ଼ିଲ୍ଲା ର ଉପ ଜ଼ିଲ୍ଲାପାଳ ଭାବେ ଏବଂ ସମ୍ବଲପୁର ଜ଼ିଲ୍ଲା ର ଭିନ୍ନ ପଦ ପଦବୀ ରେ ପୂର୍ବ ରୁ କାର୍ଯ୍ୟ କରି ଆସି ଥିବା ସୂଚନା ମିଳିଛି l