-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ସକାଳେ ବଲାଙ୍ଗିର ଲୋଇସିଂହା ବ୍ଲକ ତଲିଉଡlର ରାସ୍ତା ଠାରେ ଏକ ଟମାଟୋ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଦୁର୍ଘଟଣା ପରେ ଗାଡି ରେ ଥିବା ଟମାଟୋ ସବୁ ରାସ୍ତାରେ ଏଣେତେଣେ ପଡି ରହିଥିବା ଦେଖିବାକୁ ମିଳିଥିଲା l ଟମାଟୋ ବୋଝେଇ ଏହି ଗାଡି ଟି ରାୟପୁର ପଟକୁ ଯାଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି l କୁଶମେଲ ପୋଲ ପାର ହୋଇ କିଛି ଦୁର ଯିବା ପରେ ତଲିଉଡlର ରାସ୍ତା ଠାରେ ଏହି ଗାଡି ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଏଥିରେ ଡ୍ରାଇଭର କିମ୍ବା ଅନ୍ୟକାହାର କୌଣସି କ୍ଷତି ହୋଇନଥିବା ବେଳେ ଟମାଟୋ ସବୁ ନଷ୍ଟ ହୋଇଯାଇଛି l