-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ଗ୍ରାମରେ ଲେହେରୁ ମହାକୁରଙ୍କ ସଭାପତିତ୍ୱରେ ପିତୃମାତୃ ଚରଣ ବନ୍ଦନା ଓ ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଆଇନଜିବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ସମାଜରେ ସ୍ୱଚ୍ଛ ସାମ୍ବିଧାନିକ, ଗଣତାନ୍ତ୍ରିକ ପ୍ରକ୍ରିୟା, ଜନମତ ର ସମ୍ମାନ ସହ ଉଭୟ ମହିଳା ଓ ପୁରୁଷ ଲୋକମାନଙ୍କର ସାମାଜିକ କାର୍ଯ୍ୟରେ ସିଧା ଭାଗିଦାରି ର ସୁଯୋଗ ସୃଷ୍ଟି କରିବାକୁ ହେବ ବୋଲି ସଭାରେ ଆହ୍ୱାନ ଦେଇଥିଲେ । ଚିରାଚରିତ ଜାତି ଆଧାରିତ ସମାଜରେ ନ୍ୟାୟର ପ୍ରକ୍ରିୟା ଓ ବିବିଧ ବିବାଦର ସମାଧନ ପ୍ରକ୍ରିୟାରେ ପରିବର୍ତ୍ତନ ଦରକାର, ନ ହେଲେ ନିରିହ ଦଣ୍ଡ ଭୋଗୁଥିବା ଦୁର୍ବଳ, ଅସହାୟ ତଥା ଅବହେଳିତ ମହିଳା ଓ ପୁରୁଷମାନଙ୍କ ପାଇଁ ଏକ ସ୍ୱଚ୍ଛ ନିତି ନିୟମକୁ ସ୍ୱଚ୍ଛତାର ସହ ପାଳନ କରିବାର ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସତ୍ୟବାଦି ପଧାନ, ପ୍ରକାଶ ମେର୍ଲି, ରମାକାନ୍ତ ପ୍ରଧାନ, ଇଶ୍ୱର କରନ, ବ୍ୟାସଦେବ ଦେହୁରି, ଗୁରୁଦେବ କର୍ମୀ, ଟିକେଶ୍ୱର କର୍ମୀ, ଢେକଲ ପ୍ରଧାନ, ପୁରୁ କର୍ମୀ, ରାମଚନ୍ଦ୍ର ପ୍ରଧାନ, ବରୁଣ ବଘାର, ତିର୍ଥ ପ୍ରଧାନ, ପୁରୁଷୋତ୍ତମ କର୍ମୀ, ବେଣୁଧର ଗଡୁଆ, ଅଭି ପ୍ରଧାନ, ତିର୍ଥ କର୍ମୀ, ଘାସି କ୍ଷେତି, ଦିନବନ୍ଧୁ କର୍ମୀ, ସୁବନ ପଧାନ, ବିରେନ୍ଦ୍ର ପଧାନ ଆଲୋଚନା ରେ ଭାଗ ନେଇ ନିଜସ୍ୱ ମତ ରଖିଥିଲେ । ଜାତି ସ୍ୱଭିମାନକୁ ଉଚ୍ଚ ରେ ରଖି ସମାଜ ପାଇଁ ଶ୍ରେଷ୍ଠ ସହଯୋଗୀ ହୋଇ ଯୁବକ ଓ ମହିଳାଙ୍କ ମନୋବଳ ବୃଦ୍ଧି ସହ ସମାଜର ସାମୁହିକ ବିକାଶ କାମରେ ସମସ୍ତଙ୍କର ଶ୍ରେଷ୍ଠ ସହଯୋଗ ର ଆବଶ୍ୟକତା ଅଛି, ତେବେ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମୁହିକ ବିକାଶ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ଭିତରେ ବିକାଶର ଶିର୍ଷ ସ୍ତରକୁ ସମାଜ ପହଞ୍ôଚ ପାରିବ । ଏହି ସଭାକୁ ସଫଳ କରିବା ପାଇଁ ଭାଗ୍ୟବତୀ ମହାକୁର, ରାହି କ୍ଷେତି, ଭାର୍ଗବୀ ଖମାରି, ଲବଙ୍ଗ କ୍ଷେତି, ତୁଳସି ପ୍ରଧାନ, ରାମ୍ଭା ପଧାନ, ଅର୍ପିତା ପଧାନ, ରୀନା ଗଡୁଆ, ସତ୍ୟ କ୍ଷେତି, ଚୈାବନ ଗଡୁଆ, ମନମୋହନ କର୍ମୀ, କାଶୀ କ୍ଷେତି, ଟିକେଚନ କ୍ଷେତି, ମିଂଜନ ଗଡୁଆ, ଗୋପିନାଥ ଖମାରି, ଶମ୍ଭୁ
କର୍ମୀ, ଶେଷଦେବ କର୍ମୀ, ଚମରା ମହାକୁର, କନ୍ଦର୍ପ କ୍ଷେତି, ସହଦେବ ପଧାନ, ଅର୍ଚ୍ଛ କ୍ଷେତି, ବିଣା ପଧାନ, ଇନ୍ଦ୍ର ପଧାନ, ପବିତ୍ର ପଧାନ, ଅଙ୍ଗଦ ପଧାନ, ବିଜୟ ପଧାନ, ଅଖିଳ ପଧାନ, ଅଚ୍ୟୁତାନନ୍ଦ ପଧାନ, ଦୟାନିଧି ପଧାନ, ତେଜ ପଧାନ, ବୃନ୍ଦାବତି ଗଡୁଆ, କଲ୍ୟାଣି ଗଡୁଆ, କବିତା ପଧାନ, ବିକାଶ କ୍ଷେତି, ଆକାଶ ଖମାରୀ, ବ୍ରହ୍ମା ଷଡଙ୍ଗି, ପିଙ୍କୁ ପଧାନ, ଗୌରାଙ୍ଗ ବାଗ ତଥା କର୍ଲାପିଟା,ଡୁଲୁସର, ବରପିଟା, କେର୍ମେଲି, ଆଡେନଡୁଙ୍ଗୁରି, ଶିବତଲା, ଫଟକରା ଗ୍ରାମରୁ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ମନ୍ଥନ ସଭାକୁ ସଫଳ କରିଥରଲେ ।