କଣ୍ଟାବାଞ୍ଜି (ଆନନ୍ଦ ମୋଟେ ): ଗାଁ ରାସ୍ତା ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କଲେ । ପଂଚାୟତ ଠାରୁ ବ୍ଲକ ଯାଏ ସମସ୍ତଙ୍କୁ ନିଜ ଗାଁ ରାସ୍ତା ତିଆରି  ପାଇଁ କହିବା ପରେ ମଧ୍ୟ ରାସ୍ତା ତିଆରି ହେଲା ନାହି । ହେଲେ ଶେଷରେ ଗାଁ ଲୋକ ମିଶି ରାସ୍ତା କାମ ଆରମ୍ଭ  କରିଛନ୍ତି । ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ନାଏକପଡା । ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପ୍ରାୟ ଅନୁସୂଚିତ ଜାତି ଏବଂ ଜନ ଜାତିର ଲୋକ ବସବାସ କରନ୍ତି । ଏହି ପଡାକୁ ଯିବାକୁ ଭଲ ରାସ୍ତା ନାହି । ବିଶେଷ କରି ବର୍ଷା ଦିନରେ ଲୋକଙ୍କୁ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ  ହେବାକୁ ପଡିଥାଏ । ଖାଲଖମା କାଦୁଅ ରାସ୍ତାରେ ଲୋକେ ଯିବା ଆସିବା ପସନ୍ଦ କରନ୍ତି ନାହି । ସହର ପାଖ ଗାଁ ହୋଇଥିଲେ ମଧ୍ୟ ଏହି ନାଏକପଡାକୁ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ଅମଙ୍ଗ ହୋଇଥାଏ । ବାଧ୍ୟ ହୋଇ ରୋଗୀଙ୍କୁ ମୁଖ୍ୟ ରାସ୍ତା ନିଆଯାଇଥାଏ । ସେଠାରୁ ଆମ୍ବୁଲାନ୍ସ ଡାକ୍ତରଖାନା ନେଇ ଯାଇଥାଏ । ଅନେକ ସମୟରେ ନିର୍ବାଚିତ ପ୍ରତିନିଧି ଗାଁ କୁ ଆସୁଥିବା ବେଳେ କେମିତି ରାସ୍ତା ଉପରେ ତାଙ୍କ ଦ୍ରୁଷ୍ଟି ପଡୁନାହି ବୋଲି ଗାଁ ଲୋକ କହିଥାନ୍ତି । ଅନେକ ସମୟରେ ଭଲ ରାସ୍ତା ପାଇଁ ଗାଁ ଲୋକ  ଆନ୍ଦୋଳନ ମଧ୍ୟ କରିଥିବା ବେଳେ ରାସ୍ତା ହେଇଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇ ଆଜିଯାଏ ରାସ୍ତା ତିଆରି  କରିନାହି ।

ସେମାନଙ୍କ ମୁହଁ ରୁ

ପାନ ନାଏକ , ନାଏକପଡା ବାସିନ୍ଦା – ଏହି ରାସ୍ତା ପାଇଁ ବିଶେଷ କରି ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ କାଦୁଅ ଖାଲ ଥିବା ଯୋଗୁ ଅନେକ ଥର ଆମ୍ବୁଲାନ୍ସ ଫସି ରହିଛି । ପୁଅ ଝିଅ ମାନେ ବର୍ଷା ଦିନରେ ପାଠ ପଢି ମଧ୍ୟ ଯାଇ ପାରନ୍ତି ନାହି । ଏନେଇ ଆମେ କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲୁ ହେଲେ ପ୍ରଶାସନ ପ୍ରତିଶ୍ରୁତି ପରେ ମଧ୍ୟ ରାସ୍ତାର ଦେଖାନାହି ।

ଧୁବଳେ ନାଏକ , ନାଏକପଡା ବାସିନ୍ଦା – ରାସ୍ତା ପାଇ ଆମେ ବାରମ୍ବାର ସରପଞ୍ଚ, ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କହିଛୁ । ହେଲେ ରାସ୍ତା ତିଆରି କରାଯାଉନାହି । ଏଭଳି ଦିନରେ ରାସ୍ତାରେ ଯିବା ଆସିବା କଷ୍ଟ ହୋଇଥାଏ ବର୍ଷା ଦିନର କଥା କହିବା ଆଉ କଣ । କାଦୁଅ ପଚପଚ ରାସ୍ତା ଦେଇ ଆମେ ଯିବାକୁ ଆସିବା କରିଥାଉ । କଣ୍ଟାବାଞ୍ଜି ସହର ପାଖରେ ଏବଂ ପଞ୍ଚାୟତକୁ ମଧ୍ୟ ଏହି ରାସ୍ତା ଦେଇ ଆମେ ଯାଇଥାଉ । ଏକମାତ୍ର ରାସ୍ତା ବୋଲି ଆମେ ବାଧ୍ୟ ହୋଇ ଏହି ରାସ୍ତାରେ ହି ଯିବା ଆସିବା କରିଥାଉ ।

ଦେବ ନାଏକ ,  ନାଏକପଡା ବାସିନ୍ଦା – ନିର୍ବାଚନ ସମୟରେ ନେତା ମାନେ ଆସି ଆମକୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି ।ପ୍ରତିଶ୍ରୁତି ଭିତରେ ରାସ୍ତା ମଧ୍ୟ ତିଆରି କରାଯିବ ବୋଲି କହିଥାନ୍ତି । ହେଲେ ନିର୍ବାଚନ ସାରିଲା ପରେ କାହାରି ଦେଖାମିଲେ ନାହି । ଯଦି ନେତା ଗାଁ କୁ ଆସନ୍ତି ତେବେ ରାସ୍ତା କଥା ଭୁଲିଯାଇଥାନ୍ତି । ରାସ୍ତା ପାଇ ଗାଁ ଲୋକ ହଇରାଣ ହେବ ଯୋଗୁ ଶେଷରେ ଗାଁରେ ଏକ ବୈଠକ କରି ଗାଁ ରାସ୍ତା ନିଜେ ତିଆରି କରିବା ପାଇଁ ଆମେ ନିଷ୍ପତ୍ତି ନେଇ ରାସ୍ତା ତିଆରି କରୁଛି । ଦେଖାଯାଉ ପ୍ରଶାସନ ଦେବେ ଚେଇବ ।ଦେବାଶିଷ ସାମଲ , ବିଡିଓ , ତୁରେକେଲା -  ପୂର୍ବରୁଏହା ଆମ ନଜରରେ ନଥିଲା ଏବେ ମୁଁ ସରପଞ୍ଚ ସହ କଥା ହେଲି ଏହି ରାସ୍ତା ପାଇ ପ୍ରସାବ ଦିଆନ୍ତୁ ଆମେ ପଞ୍ଚାୟତ ପାଣ୍ଠି ରୁ କରିବା । ରାସ୍ତା କେମିତି ହୋଇ ପାରିବ ସେନେଇ ପଦକ୍ଷେପ ନିଆଯିବ ।

"/>

-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||     

HOME   ଜିଲ୍ଲା

ଶୁଣିଲାଣି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ନିଜେ ଗ୍ରାମବାସୀ

30-May-2023

କଣ୍ଟାବାଞ୍ଜି (ଆନନ୍ଦ ମୋଟେ ): ଗାଁ ରାସ୍ତା ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କଲେ । ପଂଚାୟତ ଠାରୁ ବ୍ଲକ ଯାଏ ସମସ୍ତଙ୍କୁ ନିଜ ଗାଁ ରାସ୍ତା ତିଆରି  ପାଇଁ କହିବା ପରେ ମଧ୍ୟ ରାସ୍ତା ତିଆରି ହେଲା ନାହି । ହେଲେ ଶେଷରେ ଗାଁ ଲୋକ ମିଶି ରାସ୍ତା କାମ ଆରମ୍ଭ  କରିଛନ୍ତି । ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ନାଏକପଡା । ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପ୍ରାୟ ଅନୁସୂଚିତ ଜାତି ଏବଂ ଜନ ଜାତିର ଲୋକ ବସବାସ କରନ୍ତି । ଏହି ପଡାକୁ ଯିବାକୁ ଭଲ ରାସ୍ତା ନାହି । ବିଶେଷ କରି ବର୍ଷା ଦିନରେ ଲୋକଙ୍କୁ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ  ହେବାକୁ ପଡିଥାଏ । ଖାଲଖମା କାଦୁଅ ରାସ୍ତାରେ ଲୋକେ ଯିବା ଆସିବା ପସନ୍ଦ କରନ୍ତି ନାହି । ସହର ପାଖ ଗାଁ ହୋଇଥିଲେ ମଧ୍ୟ ଏହି ନାଏକପଡାକୁ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ଅମଙ୍ଗ ହୋଇଥାଏ । ବାଧ୍ୟ ହୋଇ ରୋଗୀଙ୍କୁ ମୁଖ୍ୟ ରାସ୍ତା ନିଆଯାଇଥାଏ । ସେଠାରୁ ଆମ୍ବୁଲାନ୍ସ ଡାକ୍ତରଖାନା ନେଇ ଯାଇଥାଏ । ଅନେକ ସମୟରେ ନିର୍ବାଚିତ ପ୍ରତିନିଧି ଗାଁ କୁ ଆସୁଥିବା ବେଳେ କେମିତି ରାସ୍ତା ଉପରେ ତାଙ୍କ ଦ୍ରୁଷ୍ଟି ପଡୁନାହି ବୋଲି ଗାଁ ଲୋକ କହିଥାନ୍ତି । ଅନେକ ସମୟରେ ଭଲ ରାସ୍ତା ପାଇଁ ଗାଁ ଲୋକ  ଆନ୍ଦୋଳନ ମଧ୍ୟ କରିଥିବା ବେଳେ ରାସ୍ତା ହେଇଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇ ଆଜିଯାଏ ରାସ୍ତା ତିଆରି  କରିନାହି ।

ସେମାନଙ୍କ ମୁହଁ ରୁ

ପାନ ନାଏକ , ନାଏକପଡା ବାସିନ୍ଦା – ଏହି ରାସ୍ତା ପାଇଁ ବିଶେଷ କରି ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ କାଦୁଅ ଖାଲ ଥିବା ଯୋଗୁ ଅନେକ ଥର ଆମ୍ବୁଲାନ୍ସ ଫସି ରହିଛି । ପୁଅ ଝିଅ ମାନେ ବର୍ଷା ଦିନରେ ପାଠ ପଢି ମଧ୍ୟ ଯାଇ ପାରନ୍ତି ନାହି । ଏନେଇ ଆମେ କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲୁ ହେଲେ ପ୍ରଶାସନ ପ୍ରତିଶ୍ରୁତି ପରେ ମଧ୍ୟ ରାସ୍ତାର ଦେଖାନାହି ।

ଧୁବଳେ ନାଏକ , ନାଏକପଡା ବାସିନ୍ଦା – ରାସ୍ତା ପାଇ ଆମେ ବାରମ୍ବାର ସରପଞ୍ଚ, ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କହିଛୁ । ହେଲେ ରାସ୍ତା ତିଆରି କରାଯାଉନାହି । ଏଭଳି ଦିନରେ ରାସ୍ତାରେ ଯିବା ଆସିବା କଷ୍ଟ ହୋଇଥାଏ ବର୍ଷା ଦିନର କଥା କହିବା ଆଉ କଣ । କାଦୁଅ ପଚପଚ ରାସ୍ତା ଦେଇ ଆମେ ଯିବାକୁ ଆସିବା କରିଥାଉ । କଣ୍ଟାବାଞ୍ଜି ସହର ପାଖରେ ଏବଂ ପଞ୍ଚାୟତକୁ ମଧ୍ୟ ଏହି ରାସ୍ତା ଦେଇ ଆମେ ଯାଇଥାଉ । ଏକମାତ୍ର ରାସ୍ତା ବୋଲି ଆମେ ବାଧ୍ୟ ହୋଇ ଏହି ରାସ୍ତାରେ ହି ଯିବା ଆସିବା କରିଥାଉ ।

ଦେବ ନାଏକ ,  ନାଏକପଡା ବାସିନ୍ଦା – ନିର୍ବାଚନ ସମୟରେ ନେତା ମାନେ ଆସି ଆମକୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି ।ପ୍ରତିଶ୍ରୁତି ଭିତରେ ରାସ୍ତା ମଧ୍ୟ ତିଆରି କରାଯିବ ବୋଲି କହିଥାନ୍ତି । ହେଲେ ନିର୍ବାଚନ ସାରିଲା ପରେ କାହାରି ଦେଖାମିଲେ ନାହି । ଯଦି ନେତା ଗାଁ କୁ ଆସନ୍ତି ତେବେ ରାସ୍ତା କଥା ଭୁଲିଯାଇଥାନ୍ତି । ରାସ୍ତା ପାଇ ଗାଁ ଲୋକ ହଇରାଣ ହେବ ଯୋଗୁ ଶେଷରେ ଗାଁରେ ଏକ ବୈଠକ କରି ଗାଁ ରାସ୍ତା ନିଜେ ତିଆରି କରିବା ପାଇଁ ଆମେ ନିଷ୍ପତ୍ତି ନେଇ ରାସ୍ତା ତିଆରି କରୁଛି । ଦେଖାଯାଉ ପ୍ରଶାସନ ଦେବେ ଚେଇବ ।ଦେବାଶିଷ ସାମଲ , ବିଡିଓ , ତୁରେକେଲା -  ପୂର୍ବରୁଏହା ଆମ ନଜରରେ ନଥିଲା ଏବେ ମୁଁ ସରପଞ୍ଚ ସହ କଥା ହେଲି ଏହି ରାସ୍ତା ପାଇ ପ୍ରସାବ ଦିଆନ୍ତୁ ଆମେ ପଞ୍ଚାୟତ ପାଣ୍ଠି ରୁ କରିବା । ରାସ୍ତା କେମିତି ହୋଇ ପାରିବ ସେନେଇ ପଦକ୍ଷେପ ନିଆଯିବ ।

News Comment

Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026

You Might Also Like