-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
ଖପ୍ରାଖୋଲ(ପୂର୍ଣ୍ଣ ଶଶୀ ଶେଖର ରାଓ): ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଅନେକ ଲୋକ ଅଂଶୁଘାତର ଶିକାର ହେଉଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଏହି ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଂଶୁଘାତରୁ ରକ୍ଷା କରିବାପାଇଁ ଆଜି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଖପ୍ରାଖୋଲ ଶାଖା ତରଫରୁ ଭାନପୁର
ପଞ୍ଚାୟତ ରୁଗୁଡିମୁଡ଼ା ସାପ୍ତାହିକ ବଜାର ଠାରେ ଦହି ପାଣି ଏବଂ ଓ.ଆର୍.ଏସ୍ ପାଣି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ଯଶୋବନ୍ତି ତାଣ୍ଡି ଫିତା କାଟି ଶୁଭାରମ୍ଭ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଖପ୍ରାଖୋଲ ବ୍ଳକ ସଭାପତି ବିଶ୍ଵଜିତ ପ୍ରଧାନଙ୍କ ସହ ଶଶିକାନ୍ତ, ଅକ୍ଷୟ, ତ୍ରିନାଥ, ସନ୍ତୋଷ, ପଦ୍ମନ୍,ଉମାକାନ୍ତ, ଅମିତ, ନେତ୍ର, ସଞ୍ଜୀବ, ଆଲୋକ ସମେତ ସଂଗଠନର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ ଓ ସହଯୋଗ କରିଥିଲେ। ଏହିପରି ବୈଶାଖ ମେଳାର ହରିଶଙ୍କର ମହୋତ୍ସବରେ ମଧ୍ୟ ଦହି ପାଣି ବଣ୍ଟନ କରାଯାଇଥିଲା। ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଏହି ଦହି ପାଣି ବଣ୍ଟନ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଥିଲେ ।