-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ବଲାଙ୍ଗିର (ପ୍ରେରଣା ଖବର ): ବାପା ଙ୍କୁ ଭେଟେଇ ଦେଲାନି ସାବତ ମା । ବାପା ଙ୍କୁ ଦେଖିବାକୁ ଆସିଥିବା ଝିଅ କୁ ମାଡ ମାରି ଘରୁ ତଡ଼ି ଦେବା ସହିତ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇତଲା ଥାନା ଅନ୍ତର୍ଗତ ବାନ୍ଧନବାହାଲି ଗ୍ରାମରେ । ଏନେଇ ଆକ୍ରମଣ ର ଶିକାର ହୋଇଥିବା ମୁଖି ମହାକୁର ପୁଇତଲା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମୁଖୀ ଆଜି ସକାଳେ ତାଙ୍କର ବାପା ଙ୍କୁ ଦେଖିବାକୁ ଆସିଥିଲେ । ହେଲେ ତାଙ୍କର ସାବତ ମାଆ ତାଙ୍କୁ ଘରେ ପଶିବାକୁ ବରଣ କରିଥିଲେ । ବାପା ଙ୍କୁ ଦେଖିବି ବୋଲି ଜିଦ କରିବାରୁ ସେ ତାଙ୍କୁ ମାଡ ମାରିବା ସହ ପିନ୍ଧିଥିବା ୮ ମସା ସୁନା ଗହଣା ଲୁଟ କରି ତାଙ୍କୁ ଘରୁ ତଡି ଦେଇଥିବା ମୁଖୀ ଅଭିଯୋଗ କରିଛନ୍ତି । ଏନେଇ ସେ ପୁଇତଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।