-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ବ୍ରହ୍ମପୁର ଶିତଳାପଲ୍ହି ସ୍ଥିତ ପାରଳା ମହାରାଜା ବୈଷୟିକ ମହାବିଦ୍ୟାଳୟର ଦୁଇ ଦଫାଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ବିଭିନ୍ନ ହଷ୍ଟେଲ ମାନଙ୍କୁ ରୁମ୍ ଭଡ଼ା ଓ ଅନ୍ୟଖର୍ଚ୍ଚ ଲେଖା ଯାଇ ପ୍ରତି ପିଲା ପିଛା ୬୦୦୦ ଟଙ୍କା ଲେଖା ପକାଯାଇଥିବା ବେଳେ ହଷ୍ଟେଲ ଫିସ ବାବଦକୁ ୧୩,୩୬୦ ଲେଖାଏଁ ପକା ଯାଇଛି। ସରକାରୀ ଶିକ୍ଷାନଷ୍ଠାନରେ ରୁମ୍ ଭଡ଼ା ଗ୍ରହଣୀୟ ନୁହେଁ ବୋଲି କିଛି ଛାତ୍ରୀ ବିରୋଧ କରିଥିଲେ।ଯାହାକୁ ନେଇ ଗତ କାଲି ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଛାତ୍ରୀ ମାନେ ଛାତ୍ରୀ ନିବାସ ଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଅନ୍ୟପଟେ ମେସ୍ ବିଲ୍ ରେ ବିନା ସ୍ୱାକ୍ଷରରେ ବିଲ୍ ପାସ୍ କରାଯାଇଛି ବୋଲି ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ସମୟ ପରେ ଅଧ୍ୟକ୍ଷ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀ ମାନେ ଏହାକୁ ସ୍ଥଗିତ ରଖିଥିଲେ।ଆଜି ପ୍ରତେକ ହଷ୍ଟେଲ ଦୁଇ ଦଫା ଦାବୀ ନେଇ ଅଧ୍ୟକ୍ଷଙ୍କୁ ଦାବି ପତ୍ର ଦିଆଯାଇଛି। ଯେଉଁଥିରେ ପ୍ରଥମଟି ହଷ୍ଟେଲ ସମସ୍ୟା ଥିଲା
ବେଳେ ଅନ୍ୟ ଦାବି ଟି ଅଛି ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା।ମାତ୍ରାଧିକ ଖରାରେ ଶ୍ରେଣୀଗୃହ ପାଠ ପଢ଼ା ଚିନ୍ତାର ବିଷୟ ଓ ଅଂଶୁଘାତ ର ସମ୍ଭାବନା ହୋଇ ପାରେ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ଦୁଇ ଦଫା ଦାବୀକୁ ଗ୍ରହଣ ନକଲେ ସମ୍ପୂର୍ଣ୍ଣ ସ୍ଥାଗିତ ଥିବା ଛାତ୍ରୀ ଆନ୍ଦୋଳନ ସହିତ ପ୍ରତେକ ହଷ୍ଟେଲର ଛାତ୍ର ଛାତ୍ରୀ ମିଶି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି। ତେବେ ଦାବିପତ୍ର ଦେଇଥିଲେ ମଧ୍ୟ ମହାବିଦ୍ୟାଳୟ ପ୍ରଶାସନ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l