-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ମାସିକ ଋତୁସ୍ରାବ ଏକ ସାଧାରଣ ବାସ୍ତବତା ଏକଥା ଏକ ସାଧାରଣ ବାସ୍ତବତା ଏବଂ ଏହି ବାସ୍ତବତାକୁ ୨୦୩୦ ମସିହା ଯାଏଁ ସମସ୍ତଙ୍କ ପାଇଁ ଗ୍ରହଣଶୀଳ କରାଇବାର ଲକ୍ଷ୍ୟ ନେଇ ଆମକୁ କାମ କରିବାକୁ ପଡିବ ବୋଲି ଆଜି ଜିଲ୍ଲାସ୍ତରୀୟ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ପାଳନ ଅବସରରେ ମଂଚାସୀନ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ପାଳନୋତ୍ସବରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା ଏବଂ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଯୋଗଦେଇ ଋତୁସ୍ରାବ ସମୟରେ ପ୍ରତିଦିନ ସ୍ନାନ କରିବା, ସାନିଟାରୀ ପ୍ୟାଡ ବ୍ୟବହାର କରିବା, ୪ ରୁ ୬ ଘଣ୍ଟା ଅନ୍ତରରେ ସାନିଟାରୀ ପ୍ୟାଡ ବଦଳାଇବା, ବ୍ୟବହାର ପୂର୍ବରୁ ଏବଂ ପରେ ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେବା ସହ ୬ଷ୍ଠ ରୁ ଦ୍ଵାଦଶ ଶ୍ରେଣୀ
ପର୍ଯ୍ୟନ୍ତ କିଶୋରୀମାନଙ୍କୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଖୁସି ଯୋଜନା ଅନ୍ତର୍ଗତ ବିନା ମୂଲ୍ୟରେ ଏବଂ ଅନ୍ୟ କିଶୋରୀମାନଙ୍କ ପାଇଁ ଆଶାକର୍ମୀଙ୍କ ପାଖରେ ପ୍ୟାକେଟ ପ୍ରତି ୬ ଟଙ୍କା ମୂଲ୍ୟରେ ସାନିଟାରୀ ପ୍ୟାଡ ଉପଲବ୍ଧ ବୋଲି ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଭାଗ ନେଇଥିବା ବେଳେ ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦିବସଟି ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ମଧ୍ୟ ପାଳନ ହୋଇଥିବାର ସୂଚନା ମିଳିଛି।